Posted inଖେଳ

ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ବଡ଼ ଝଟକା: ବିସିବିକୁ ଅଲ୍ଟିମେଟମ ଦେଲା ICC, ଜାନୁଆରୀ ୨୧ ସୁଦ୍ଧା…

ନୂଆଦିଲ୍ଲୀ,୧୯।୧: ଗତ ସପ୍ତାହରେ ICC ଅଧିକାରୀମାନେ BCB ସହିତ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ସ୍ଥାନ ପରିବର୍ତ୍ତନ ବିଷୟରେ ଆଲୋଚନା କରିବା ପାଇଁ ବାଂଲାଦେଶ ଗସ୍ତ କରିଥିଲେ। IPLରୁ ମୁସ୍ତାଫିଜୁର ରହମାନଙ୍କୁ ବାଦ୍‌ ଦିଆଯିବା ପରେ ବାଂଲାଦେଶ ଏକ ଦୃଢ଼ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ବାଂଲାଦେଶରେ IPL ପ୍ରସାରଣ ସ୍ଥଗିତ ହେବା ପରେ, BCB ଭାରତରୁ ଟି-୨୦ ବିଶ୍ୱକପ ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ICକୁ ଅନୁରୋଧ କରିଥିଲା। ଶ୍ରୀଲଙ୍କା ଭାରତ ସହିତ ଟୁର୍ନାମେଣ୍ଟର ସହ-ଆୟୋଜକ। ବର୍ତ୍ତମାନ ଏକ ସମ୍ପ୍ରତିକ ଅପଡେଟ୍‌ ସାମ୍ନାକୁ ଆସିଛି, ଯାହା ବାଂଲାଦେଶ ପାଇଁ ଏକ ବଡ଼ ଝଟକା।

ବାଂଲାଦେଶ କ୍ରିକେଟ ବୋର୍ଡ ଦାବି କରିଛି ଯେ ଭାରତରେ ଏହାର ଦଳ ବିପଦରେ ଅଛି। ଏହି ପରିପ୍ରେକ୍ଷୀରେ, ICC ଅଧିକାରୀମାନେ ସେମାନଙ୍କ ସୁରକ୍ଷାର ଆଶ୍ୱସ୍ତି ଦେବା ପାଇଁ BCBକୁ ଗସ୍ତ କରିଥିଲେ। ଯଦି ସ୍ଥାନ ପରିବର୍ତ୍ତନ କରା ନ ଯାଏ ତେବେ ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପ ରୁ ଓହରିଯିବ ବୋଲି ଧମକ ଦେଇଥିଲା। ଏବେ ଏହି ମାମଲାରେ ଏକ ନୂତନ ମୋଡ଼ ଆସିଛି। ICC BCBକୁ ଏକ ଅଲଟିମେଟମ୍‌ ଜାରି କରିଛି।

ରିପୋର୍ଟ ଅନୁସାରେ, ICC ବାଂଲାଦେଶ କ୍ରିକେଟ ବୋର୍ଡକୁ ଏକ ଚେତାବନୀ ଜାରି କରିଛି। ICC BCBକୁ ଜାନୁଆରୀ ୨୧ ସୁଦ୍ଧା ଟି୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ କି ନାହିଁ ସେ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଏବଂ ଏହି ସମୟସୀମା ବିଷୟରେ ଜଣାଇବାକୁ କହିଛି। ଗତ ଶନିବାର (ଜାନୁଆରୀ ୧୭) ଜଣେ ICC ଅଧିକାରୀ ଢାକାରେ BCB ଅଧିକାରୀଙ୍କ ସହ ସାକ୍ଷାତ କରି ଏହି ସମୟସୀମା ସ୍ଥିର କରିଥିଲେ। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ବାଂଲାଦେଶ ଭାରତରେ ସେମାନଙ୍କର ମ୍ୟାଚ ଖେଳିବ ନାହିଁ ବୋଲି ଦୃଢ଼ ରହିଛି। ICC BCBକୁ କହିଛି ଯେ ଯଦି ବାଂଲାଦେଶ ଜାନୁଆରୀ ୨୧ ସୁଦ୍ଧା ଟୁର୍ନାମେଣ୍ଟରେ ଅଂଶଗ୍ରହଣ ଘୋଷଣା ନ କରେ, ତେବେ ଏକ ବଦଳ ଦଳ ଘୋଷଣା କରାଯିବ। ସ୍କଟଲାଣ୍ଡ ସବୁଠାରୁ ଆଗରେ ଅଛି। ଏହା ଉଲ୍ଲେଖନୀୟ ଯେ BCB ମଧ୍ୟ ପ୍ରସ୍ତାବ ଦେଇଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri