Posted inଖେଳ

ବାଲାଂଦେଶର ଏହି କ୍ରିକେଟରଙ୍କୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୧୨।୧: ଉଚ୍ଚସ୍ତରୀୟ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଷିଦ୍ଧ ହୋଇଥିବା ଶାକିବ ଅଲ ହାସନ ମଧ୍ୟ ତାଙ୍କ ବୋଲିଂ ଆକ୍ସନର ଦ୍ୱିତୀୟ ଯାଞ୍ଚରେ ବିଫଳ ହୋଇଛନ୍ତି। ଶାକିବଙ୍କ ବୋଲିଂ ଆକ୍ସନ ଉପରେ ନୂତନ ତଦନ୍ତ ଗତ ମାସରେ ଚେନ୍ନାଇର ରାମଚନ୍ଦ୍ର ସେଣ୍ଟର ଫର୍‌ ସ୍ପୋଟର୍‌ସ ସାଇନ୍ସରେ କରାଯାଇଥିଲା।

ଶନିବାର  ଏକ ବୟାନରେ ବିସିବି କହିଛି, “ଲଫବରୋ ବିଶ୍ୱବିଦ୍ୟାଳୟ ଦ୍ୱାରା ଶାକିବଙ୍କ ଉପରେ ଲଗାଯାଇଥିବା ନିଲମ୍ବନ ଜାରି ରହିବ। ନିଲମ୍ବନ ସମାପ୍ତ କରିବା ପାଇଁ ଏକ ସଫଳ ତଦନ୍ତ ଆବଶ୍ୟକ। ଶାକିବ ବୋଲିଂ କରିବାକୁ ଯୋଗ୍ୟ ନୁହଁନ୍ତି କିନ୍ତୁ ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ସମସ୍ତ ଫର୍ମାଟରେ ଖେଳିପାରିବେ।”

ସେପ୍ଟେମ୍ବରରେ ଇଂଲଣ୍ଡରେ ଏକ କାଉଣ୍ଟି ମ୍ୟାଚ ସମୟରେ ଶାକିବଙ୍କ ବୋଲିଂ ଆକ୍ସନ ସନ୍ଦେହଜନକ ବୋଲି ଜଣାପଡିଥିଲା। ଏହା ପରେ ଗତ ବର୍ଷ ଡିସେମ୍ବରରେ, ଶାକିବ ୟୁକେର ଲଫବରୋ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ବୋଲିଂ ଆକ୍ସନ ଯାଞ୍ଚରେ ବିଫଳ ହୋଇଥିବା ଜଣାପଡିଥିଲା। ଅବୈଧ ବୋଲିଂ ଆକ୍ସନ ଉପରେ AICC ନିୟମ ପାଳନ କରି ଶାକିବଙ୍କୁ ଇଂଲଣ୍ଡ କ୍ରିକେଟ ବୋର୍ଡ ନିଲମ୍ବିତ କରିଥିଲା।

ଶାକିବଙ୍କ ନିଲମ୍ବନ ଚାମ୍ପିଅନ୍ସ ଟ୍ରଫି ପାଇଁ ବାଂଲାଦେଶ ଦଳକୁ ମଧ୍ୟ ପ୍ରଭାବିତ କରିପାରେ। କାରଣ ଜାନୁଆରୀ ୩ ତାରିଖରେ ବିସିବି ସଭାପତି ଫାରୁକ ଅହମ୍ମଦ ସାକିବଙ୍କୁ ଦଳକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେହି ସମୟରେ, ଖବର ମଧ୍ୟ ଆସିଥିଲା ଯେ ବାଂଲାଦେଶ ଅଧିନାୟକ ନାଜମୁଲ ହୁସେନ ଶାନ୍ତୋ ମଧ୍ୟ ସାକିବଙ୍କୁ ଏକଦିବସୀୟ ଦଳରେ ସାମିଲ କରିବା ସପକ୍ଷରେ ଅଛନ୍ତି। କିନ୍ତୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ଦଳରେ ତାଙ୍କ ନାମ ନ ଥିଲା।

ଶାକିବ ସେପ୍ଟେମ୍ବର-ଅକ୍ଟୋବର ୨୦୨୪ରେ ଭାରତ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବା ପରଠାରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି। ଏହା ପରେ, ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯୋଗୁ ସେ ନିଜ ଦେଶକୁ ଫେରିପାରିଲେ ନାହିଁ। ଶାକିବ ତାଙ୍କର ଶେଷ ଦିନିକିଆ ମ୍ୟାଚ ୨୦୨୩ ODI ବିଶ୍ୱକପରେ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri