ଭାରତକୁ ଧମକ ଦେଲା ବାଂଲାଦେଶ, କହିଲା ବଡ଼ ଭାଇ ହେବାକୁ ଚେଷ୍ଟା କରନାହିିଁ, ନହେଲେ…

ଢାକା,୧୮।୨: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କ୍ଷମତାର ପତନ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ବହୁତ ଉତ୍ତେଜନା ଦେଖାଦେଇଛି ଏବଂ ପରିସ୍ଥିତି ନିରନ୍ତର ଖରାପ ହେବାରେ ଲାଗିଛି। ବର୍ତ୍ତମାନ, ବାଂଲାଦେଶ ଗଠନ ହେବା ପରଠାରୁ ଭାରତର ଯେଉଁ ଦେଶ ସହିତ ବହୁତ ଭଲ ସମ୍ପର୍କ ଥିଲା, ଏବେ ସେହି ଦେଶ ସହିତ ମଧ୍ୟ ମତଭେଦ ଆରମ୍ଭ ହୋଇଛି। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପାକିସ୍ତାନ ଏବଂ ଚାଇନା ଆଡ଼କୁ କ୍ରମଶଃ ଢଳୁଥିବା ଦେଖାଯାଉଛି। ଯାହା ଭାରତ ପାଇଁ ଏକ ପ୍ରମୁଖ ରଣନୈତିକ ଚିନ୍ତାର ବିଷୟ ପାଲଟିଛି।

ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦଳ ବାଂଲାଦେଶ ନ୍ୟାସନାଲ ପାର୍ଟି (BNP)ର ସାଧାରଣ ସମ୍ପାଦକ ମିର୍ଜା ଫଖରୁଲ ଇସଲାମ ଆଲମଗିର ସୋମବାର (ଫେବୃଆରୀ ୧୭)ରେ କହିଛନ୍ତି ଯେ ଯଦି ଭାରତ ବାଂଲାଦେଶ ସହିତ ସମ୍ପର୍କ ଉନ୍ନତ କରିବାକୁ ଚାହୁଁଛି, ତେବେ ଏହାକୁ ତିନୋଟି ସର୍ତ୍ତରେ ରାଜି ହେବାକୁ ପଡିବ।

ମିର୍ଜା ଫଖରୁଲ ଇସଲାମ ଲାଲମୋନିରହାଟରେ ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତ, ଆମେ ଭାରତକୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଯଦି ବାଂଲାଦେଶର ଲୋକଙ୍କ ସହିତ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛ, ତେବେ ଭାରତକୁ ତିସ୍ତା ନଦୀ ଜଳରେ ଆମର ପୂର୍ଣ୍ଣ ଅଂଶ ଆମକୁ ଦେବାକୁ ପଡିବ। ସେମାନେ ସୀମାରେ ଆମ ଲୋକଙ୍କ ଉପରେ ଗୁଳି ଚଳାଇବା ବନ୍ଦ କରିବା ଉଚିତ ଏବଂ ଆମ ପ୍ରତି ସେମାନଙ୍କର ବଡ଼ ଭାଇ ମନୋଭାବ ପରିତ୍ୟାଗ କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri