ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି କରାଯାଇଛି। ଜାରି କଟକଣାରେ ଅନୁଗୋଳ ଅଧୀନ ଜଙ୍ଗଲରେ ବଣଭୋଜି କିମ୍ବା ସାମାଜିକ ସମାବେଶ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ଘଟକଣା ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହୋଇ ମୌସୁମୀ ଆସିବା ଯାଏଁ କଟକଣା ବଳବତ୍ତର ରହିବ ବୋଲି ଉପଜିଲାପାଳଙ୍କ ପକ୍ଷରୁ ଜାରି କଟକଣାରେ ଜନସାଧାରଣଙ୍କୁ ଅବଗତ କରାଯାଇଛି।
ଏପରିକି ସଂରକ୍ଷିତ, ନିଷିଦ୍ଧାଞ୍ଚଳ ଏବ ଂ ଗ୍ରାମ୍ୟ ଜଙ୍ଗଲକୁ ଦହନଶୀଳ ସାମଗ୍ରୀ ନେବାକୁ ମଧ୍ୟ ବାରଣ କରାଯାଇଛି। ଦହନଶୀଳ ସାମଗ୍ରୀ ଦିଆସିଲି, ଲାଇଟର, ତେଲ ନେବାକୁ ସମ୍ପୂର୍ଣ୍ଣ ବାରଣ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଜାରି ନିୟମକୁ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚତାବନୀ ଦିଆଯାଇଛି।