ଦାଦନ ଖଟୁଛନ୍ତି ବାଉଁଶ କାରିଗର

ସ୍ମାରକ ମାଜୀ
ମୋରଡ଼ା,୧୩।୭ – ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ବିଭିନ୍ନ ଗାଁରେ ବସବାସ କରୁଥିବା ବାଉଁଶ କାରିଗର ଏବେ ସଙ୍କଟ ମଧ୍ୟରେ କାଳାତିପାତ କରୁଛନ୍ତି। ସରକାରୀ ପ୍ରୋତ୍ସାହନ ଓ କଞ୍ଚାମାଲ ଅଭାବରୁ ପୂର୍ବଭଳି ଆଉ ବିକ୍ରିବଟା ହେଉନାହିଁ। ବାଉଁଶରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ଗୁଜରାଣ ମେଣ୍ଟାଉ ଥିବା ଏହି କାରିଗରମାନେ ଏବେ ପେଟପାଟଣା ପାଇଁ ବାହାର ଜିଲା ଓ ରାଜ୍ୟକୁ ଦାଦନ ଖଟିବା ଲାଗି ଯିବାକୁ ବାଧ୍ୟ ହେଉଛନ୍ତି।
ମୋରଡ଼ା ବ୍ଲକର ଗଡ଼ଗାଁ, ଚିତ୍ରଡ଼ା, ହଳଦୀପାଳ, ଦୁର୍ଗାପୁର, ନୂଆଝାଳିଆ ଆଦି ପଞ୍ଚାୟତରେ ଦଳିତ ଶ୍ରେଣୀର ଏହି କାରିଗରମାନେ ବର୍ଷ ବର୍ଷ ଧରି କୌଳିକ ବୃତ୍ତିକୁ ବଞ୍ଚାଇ ଆସିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ବାଉଁଶ ନିର୍ମିତ ସାମଗ୍ରୀ ତିଆରି ପରେ ଗ୍ରାମାଞ୍ଚଳରେ ବିକ୍ରି କରି ଦିପଇସା ରୋଜଗାର କରିଆସୁଛନ୍ତି। ଏମାନେ ବାଉଁଶରେ କୁଲା, ଝୁଡ଼ି, ପାଛିଆ, ଚାଙ୍ଗୁଡ଼ି, ଡାଲା, ମାଣପେଡ଼ି ଆଦି ତିଆରି କରିଥାନ୍ତି। ତେବେ ସମୟର ପରିବର୍ତ୍ତନ ସହିତ ଲୋକଙ୍କ ଚାଲିଚଳଣି ଓ ମାନସିକତାରେ ପରିବର୍ତ୍ତନ ଯୋଗୁ ଏହି ପାରମ୍ପରିକ ସାମଗ୍ରୀ ତିଆରି କରୁଥିବା କାରିଗରି କୌଶଳ ଅସ୍ତିତ୍ୱ ହରାଇବାକୁ ବସିଲାଣି। ଏହି ସାମଗ୍ରୀ ଅପେକ୍ଷା ବଜାରରେ ମିଳୁଥିବା ପ୍ଲାଷ୍ଟିକ ଓ ଫାଇବର ଜିନିଷ ପ୍ରତି ଲୋକେ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ପୂର୍ବପରି ଏହି ସାମଗ୍ରୀର ଚାହିଦା ଆଉ ନାହିଁ ବୋଲି କହିଛନ୍ତି କାରିଗର ଡାକ୍ତର ମାହାଲୀ, ଶିବ ମାହାଲୀ, ମଧୁସୂଦନ ମାହାଲୀ ଓ ସୁରେନ୍ଦ୍ର ମାହାଲୀ l
ଅନ୍ୟପକ୍ଷରେ ବାଉଁଶ ସାମଗ୍ରୀ ତିଆରି ନିମନ୍ତେ ମୁଖ୍ୟ କଞ୍ଚାମାଲ ରୂପେ ବ୍ୟବହାର ହେଉଥିବା ବାଉଁଶର ଅଭାବ ସାଙ୍ଗକୁ ଦରବୃଦ୍ଧି ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଗ୍ରାମାଞ୍ଚଳରୁ ବାଉଁଶ କିଣି ବେପାରୀମାନେ ଜିଲା ଓ ରାଜ୍ୟ ବାହାରକୁ ପଠାଉଥିବାରୁ ବାଉଁଶର ଅଭାବ ସାଙ୍ଗକୁ ଦର ବୃଦ୍ଧି ଘଟୁଛି ବୋଲି କାରିଗରମାନେ କହିଛନ୍ତି। ବଜାରରେ ଏହିସବୁ ସାମଗ୍ରୀର ଚାହିଦା କମୁଥିବା ବେଳେ ସରକାରୀ ପ୍ରୋତ୍ସାହନ ସହିତ ତାଲିମ ନ ମିଳିବାରୁ ଏହି କାରିଗରମାନଙ୍କ ଜୀବନ ଜୀବିକାରେ ଅନ୍ତରାୟ ସୃଷ୍ଟି ହେବାକୁ ବସିଛି। ତେଣୁ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ସନ୍ତୋଷ କୁମାର ବେହେରା ଓ ବରିଷ୍ଠ ନାଗରିକ ରବୀନ୍ଦ୍ର ମହାନ୍ତ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri