ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୮।୬: ଓଡ଼ିଶା ଉପକୂଳରେ ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ସନ୍ଧ୍ୟା ୭.୩୦ରେ ଓଡ଼ିଶା ଉପକୂଳବର୍ତ୍ତୀ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରିଛି। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ସମସ୍ତ ମାନଦଣ୍ଡ ପୂରଣ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ବିକାଶ ପର୍ଯ୍ୟାୟରେ ଅଗ୍ନି ପ୍ରାଇମର ତିନୋଟି ସଫଳ ପରୀକ୍ଷଣ ପରେ ଏହି କ୍ଷେପଣାସ୍ତ୍ରର ଏହା ପ୍ରଥମ ରାତ୍ରି ପରୀକ୍ଷଣ ଥିଲା, ଯାହାକି ଏହାର ସଠିକତା ଏବଂ ବିଶ୍ୱସନୀୟତା ଉପରେ ମୋହର ଲଗାଇଥିଲା । ଏହି କ୍ଷେପଣାସ୍ତ୍ରର ସମଗ୍ର ଯାତ୍ରାର ତଥ୍ୟ ସଂଗ୍ରହ କରିବା ପାଇଁ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି ଉପକରଣ ସମେତ ଦୁଇଟି ଜାହାଜକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri