Posted inଖେଳ

ବଲ୍‌ ଟ୍ୟାମ୍ପରିଂ ମାମଲା:ଅଷ୍ଟ୍ରେଲୀୟ ବୋଲରଙ୍କ ସଫେଇରେ କ୍ଲାର୍କ ଅସନ୍ତୁଷ୍ଟ

ମେଲବୋର୍ନ,୨୦।୫(ପି.ଟି.)- ୨୦୧୮ ସ୍ୟାଣ୍ଡ ପେପର ତଥା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲୀୟ ବୋଲରମାନେ ଦେଇଥିବା ସ୍ପଷ୍ଟୀକରଣ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ ଟାଉନ୍‌ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ କ୍ରିକେଟରମାନେ ବଲ୍‌ ଟ୍ୟାମ୍ପରିଂ କରିବାକୁ ପ୍ରୟାସ କରି ବାସନ୍ଦର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲିଆର ୪ ବୋଲର ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ ଓ ନାଥନ ଲିୟନ ବଲ ଟ୍ୟାମ୍ପରିଂ ନେଇ ଅବଗତ ଥିଲେ ବୋଲି ବଲ୍‌ ଟ୍ୟାମ୍ପରିଂ କରିବାକୁ ପ୍ରୟାସ କରିଥିବା କ୍ୟାମେରନ ବ୍ୟାନକ୍ରଫ୍ଟ କହିଛନ୍ତି। ଫଳରେ ପୁଣି ଥରେ ଏହି ଘଟଣା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହାପରେ ବୋଲରମାନେ ସଫେଇ ଦେଇଥିଲେ ମଧ୍ୟ ଏହା ସନ୍ତୋଷଜନକ ନୁହେଁ ବୋଲ କ୍ଲାର୍କ କହିଛନ୍ତି। ବାହାରୁ ପଡ଼ିଆ ଭିତରକୁ କୌଣସି ପଦାର୍ଥ ନିଆଯାଇଥିଲା ବୋଲି ଆମେ ଜାଣି ନ ଥିଲୁ ବୋଲି ବୋଲରମାନେ ଏକ ମିଳିତ ବିବୃତିରେ କହିଥିଲେ। ଅତି ଚତୁରତାର ସହ ଏହି ୪ ବୋଲର ମତବ୍ୟକ୍ତ କରିଛନ୍ତି ଓ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଛନ୍ତି ବୋଲି କ୍ଲାର୍କ ବୁଧବାର କହିଛନ୍ତି।
୨୦୧୮ରେ କେପ୍‌ଟାଉନ ଟେଷ୍ଟରେ ବ୍ୟାନକ୍ରଫ୍ଟ ସ୍ୟାଣ୍ଡ ପେପରରେ ବଲର ସ୍ଥିତି ବିଗାଡିବାକୁ ଚେଷ୍ଟା କରୁଥିବା ବେଳେ ଟିଭି କ୍ୟାମେରାରେ ଧରା ପଡିଥିଲେ। ଫଳରେ ବ୍ୟାନକ୍ରଫ୍ଟଙ୍କ ସମେତ ଅଧିନାୟକ ଷ୍ଟିଭ ସ୍ମିଥ ଓ ତାଙ୍କ ଡେପୁଟି ଡେଭିଡ୍‌ ଓ୍ବାର୍ନରଙ୍କୁ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ବ୍ୟାନକ୍ରଫ୍ଟଙ୍କୁ ୯ ମାସ, ସ୍ମିଥ୍‌ ଓ ଓ୍ବାର୍ନରଙ୍କୁ ଗୋଟିଏ ବର୍ଷ ବାସନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri