କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ, ଏତିକି ଟଙ୍କା ଦେଲେ…

କଟକ,୨୫।୯: ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ସୋମବାରଠାରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି।

ଲୋକେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ ଏବଂ ଦାଖଲ କରିପାରିବେ। ଆବେଦନପତ୍ର ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଛି। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ ବୋଲି ବଡ଼ ସୂଚନା ମିଳିଛି।