ଥମୁନି ବାଲିଯାତ୍ରା ବିବାଦ: ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ,୨୯।୯(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆଲୋଚନା ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦ କରାଯାଇଥିବାରୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଥିଲା। ଏହାକୁ ନେଇ ବିସ୍ତୃତ ଆଲୋଚନା ହେଉଛି। ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ବିଧାୟକ ପ୍ରକାଶ ସେଠି, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।

Share