ନବୀନ ନିବାସରେ ପହଞ୍ଚିଲା ବାଲେଶ୍ୱର ବିଜେଡି କଳି, ମେଳିରେ ସାମିଲ ହୋଇଛନ୍ତି…

ଭୁବନେଶ୍ୱର,୧୦ା୯: ବାଲେଶ୍ୱରରେ ତୁଟିଲାନି କଳି। ଶେଷରେ ନବୀନ ନିବାସରେ ପହଞ୍ଚିଛି ବାଲେଶ୍ୱର ବିଜେଡି କଳି। ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରିବା ଦାବି ନେଇ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସିଛନ୍ତି। ଏଠାରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ସିମୁଳିଆ ବିଧାୟିକା ପ୍ରାର୍ଥିନୀ ସୁଭାସିନୀ ସାହୁ, ରେମୁଣା ପ୍ରାର୍ଥିନୀ ବିଦୁସ୍ମିତା ମହାଳିକ ମଧ୍ୟ ଆସିଛନ୍ତି।

ଅନ୍ୟପକ୍ଷରେ ବୁଧବାର ଅର୍ଥାତ୍‌ ଆଜି ନୂଆ ବିଜେଡି ଗଠନ ନେଇ ସଂକେତ ଦେଇଛନ୍ତି ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ। ପୂର୍ବତନ ଏମ୍‌ପି ତଥାଗତ ସତପଥୀଙ୍କ କଥାକୁ ସମର୍ଥନ କରିଛନ୍ତି ଅମର। ଲଗାତର ଭାବେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିବା ଅମରଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ମିଳି ନ ଥିଲା। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷାଙ୍କ ଉପରେ ଆଶା ପ୍ରକଟ କରିଥିଲା ବିଜେଡି। ଯେଉଁଟା ଫେଲ୍‌ ମାରିଥିଲା। ଅନ୍ୟପକ୍ଷେ ଯାଜପୁରକୁ ବିଜେଡି ଗଡ଼ କୁହାଯାଉଥିବା ବେଳେ ଏହି ଗଡ଼ ଭୁଶୁୁଡି ପଡ଼ିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ପୁଟିନଙ୍କୁ ରିଟର୍ନ ଉପହାର ଦେଲେ ମୋଦି: ରୁଷିଆ ନାଗରିକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

‘ଆତଙ୍କବାଦ ବିରୋଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା…’, ମୋଦି-ପୁଟିନଙ୍କ ମିଳିତ ବିବୃତ୍ତିରେ ପହଲଗାମ ଆକ୍ରମଣର ଉଲ୍ଲେଖ, ଛାନିଆ ହେଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୫।୧୨: ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ବିବୃତ୍ତି ଜାରି...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri