ବଲାଙ୍ଗୀରର ଅନନ୍ୟ ପୀଠ ଦଲ୍‌ ତେତେଲ୍‌: ଯେଉଁଠି ମିଛ କହିବା ମନା

ବଲାଙ୍ଗୀର ଜିଲାରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ମିଛ କହିବା ସମ୍ପୂର୍ଣ୍ଣ ମନା। ସେଇ ସ୍ଥାନରେ ମିଛ କହିଲେ ଅନେକ ବିପତ୍ାତ୍‌, ଅଘଟଣ ଘଟେ ବୋଲି ବିଶ୍ୱାସ ରହିଛି। ଏଣୁ କୌଣସି ବି ପରିସ୍ଥିତି ହେଉ ପଛେ ସେଇ ସ୍ଥାନରେ ଶତ ପ୍ରତିଶତ ସତ କହିବାର ବିଧି ରହିଛି। ଏଭଳି ଏକ ଅନନ୍ୟ ଏବଂ ସ୍ବତନ୍ତ୍ର ପୀଠ ହେଉଛି ଦଲ୍‌ ତେତେଲ୍‌।

ବଲାଙ୍ଗୀର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂର ଦେଓଗଁା ବ୍ଲକ୍‌ କୁଲତାପଡ଼ା ଗ୍ରାମପଞ୍ଚାୟତର ଖଇରଗୁଡ଼ାସ୍ଥିତ ପ୍ରସିଦ୍ଧ ଶୂଲିଆ ପୀଠ ବଡ଼ଖଳାଠାରୁ ୫ କିଲୋମିଟର ଦୂର ମୁଣ୍ଡପଲା ଗଁାରେ ରହିଛି ଆଦିବାସୀ ସମ୍ପ୍ରଦାୟଙ୍କ ଏଇ ନିଆରା ପୀଠ ଦଲ୍‌ ତେତେଲ। ମୁଣ୍ଡପଲା ଗଁାର ମୁଖ୍ୟରାସ୍ତା କଡ଼ରେ ଥିବା ଅଙ୍ଗନୱାଡି କେନ୍ଦ୍ର ପରିସରରେ ରହିଛି ଏକ ତେନ୍ତୁଳିଗଛ। ଏଇ ତେନ୍ତୁଳିଗଛ ଆଦିବାସୀ ସମ୍ପ୍ରଦାୟର ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ଜୀବନର ଏକ ମହତ୍ୱର ଅଂଶବିଶେଷ। ଏହି ତେନ୍ତୁଳିଗଛ ତଳ ପରିସରକୁ କୁହାଯାଏ ଦଲ୍‌ ତେତେଲ୍‌। ଆଦିବାସୀଙ୍କ ପାଇଁ ଏହା ଏକ ପବିତ୍ର ସ୍ଥାନ। ଏଇ ଗଛତଳେ କେଉଁ ଆବହମାନ କାଳରୁ ଶୂଲିଆ ଅଞ୍ଚଳର କନ୍ଧ ଆଦିବାସୀ ସମ୍ପ୍ରଦାୟର ଝାଙ୍କର, ଦେହେରିଆମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରନ୍ତି। ପ୍ରଥା ରହିଛି ଯେ, ପ୍ରତିବର୍ଷ ନୂଆଁଖାଇ (ଋଷି ପଞ୍ଚମୀ) ଏବଂ ପ୍ରସିଦ୍ଧ ଶୂଲିଆ ଯାତ୍ରା(ପୌଷମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର)ର ୧୦ ଦିନ ପୂର୍ବରୁ ଏହି ଦଲ୍‌ ତେତେଲ୍‌ଠାରେ ଶୂଲିଆ ଅଞ୍ଚଳଭାବେ ପରିଗଣିତ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ କଳାହାଣ୍ଡି ଜିଲାର ୧୫ ଗ୍ରାମପଞ୍ଚାୟତ ଅଧୀନ ୬୫ ଖଣ୍ଡ ଗଁାର ଗ୍ରାମ ଦେବଦେବୀଙ୍କ ପୂଜକ ଝାଙ୍କର ଏବଂ ଦେହେରିଆଙ୍କ ବୈଠକ ବସିଥାଏ। ଏହି ବୈଠକରେ ନୂଆଁଖାଇ ଏବଂ ଶୂଲିଆ ଯାତ୍ରା ପରିଚାଳନା ବିଷୟରେ ଆଲୋଚନା ହୋଇଥାଏ। ଏହା ବ୍ୟତୀତ ପ୍ରତ୍ୟେକ ଗଁା ତଥା ଅଞ୍ଚଳର ଝାଙ୍କର ଓ ଦେହେରିଆଙ୍କ ଧାର୍ମିକ ଏବଂ ସାମାଜିକ ନୀତିନିଷ୍ଠ, ସେମାନଙ୍କ ଶୁଦ୍ଧପୂତ ଜୀବନଯାପନ ଏବଂ ପ୍ରଥା ପରମ୍ପରା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥାଏ। ଆଦିବାସୀଙ୍କ ଧର୍ମଧାରା, ସାମାଜିକ ପରମ୍ପରାରେ କିଭଳି ତ୍ରୁଟିବିଚ୍ୟୁତି ନ ହେବ; ସମସ୍ତେ କିଭଳି ଏକ ଅନୁଶାସନ ଏବଂ ଶୃଙ୍ଖଳରେ ବାନ୍ଧିହୋଇ ନୀତିନିଷ୍ଠ ହେବେ ସେ ଦିଗରେ ଦଲ୍‌ ତେତେଲ୍‌ଠାରେ ବର୍ଷକୁ ଦୁଇଥର ବୈଠକ ବସେ। ଝାଙ୍କର ଓ ଦେହେରିଆମାନେ ନିଜ ଅଞ୍ଚଳର ବିଭିନ୍ନ ଘଟଣାବଳୀ, ପ୍ରଥା, ପରମ୍ପରା, ଧାର୍ମିକ ମହତ୍ତ୍ୱ ଏବଂ ସାମାଜିକ ସ୍ଥିତି ସମ୍ପର୍କରେ ସେଠାରେ ଆଲୋଚନା କରନ୍ତି। ଘଟଣାଗୁଡ଼ିକୁ ବିଶ୍ଳେଷଣ କରି ତା’ର ସମାଧାନ ପନ୍ଥା ଏବଂ ନିଷ୍ପତ୍ତିର ସାମାଜିକ ପ୍ରଭାବ ଆକଳନ କରନ୍ତି। ଏହି ଆଲୋଚନା ପର୍ଯ୍ୟାଲୋଚନା ଭିତରେ କେବଳ ଗୋଟିଏ ନିୟମ କାର୍ଯ୍ୟକାରୀ ହୁଏ, ତାହା ହେଲା କୌଣସି ପରିସ୍ଥିତିରେ କେହିବି ମିଛ କହିପାରିବେ ନାହିଁ। ପରିସ୍ଥିତିି ଯାହା ହେଉ ପଛେ ଝାଙ୍କର, ଦେହେରିଆମାନଙ୍କୁ ସତ କହିବାକୁ ପଡ଼ିବ। ମିଛ ଦ୍ୱାରା ଧର୍ମ, ସମାଜ ଏବଂ ପୃଥିବୀ ପରିଚାଳନା ସମ୍ଭବ ନୁହେଁ। ମିଛ କହିବା ମାନେ ପ୍ରକୃତିର ନିୟମକୁ ଉଲ୍ଲଂଘନ କରିବା। ଆଦିବାସୀମାନେ ପ୍ରକୃତିର ଉପାସକ। ଅନ୍ୟ ଅର୍ଥରେ କହିଲେ, ସେମାନେ ସରଳ ଏବଂ ସତ୍ୟନିଷ୍ଠ ଜୀବନର ବାର୍ତ୍ତାବହ। ଏଣୁ ଦଲ୍‌ ତେତେଲ୍‌ଠାରେ କେବଳ ସତ ବ୍ୟତୀତ ମିଛ ବା ଛଳନାର କୌଣସି ସ୍ଥାନ ନାହିଁ।
ସାମାଜିକ ସହାବସ୍ଥାନର ସରଳ ନିୟମ ଭିତରେ ଆଦିବାସୀଙ୍କ ମୁଖ୍ୟ ଇଷ୍ଟଦେବ ଶୂଲିଆ ବୁଢ଼ା ଏଇ ଅଞ୍ଚଳର ଲକ୍ଷାଧିକ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମୁଖ୍ୟ ଦେବତା ପାଲଟି ଯାଇଛନ୍ତି। ଶୂଲିଆ ପୀଠର ମୁଖ୍ୟ ପୂଜକ ବା ରାଜ ଦେହେରିଆ ସୋମନାଥ ଦେହେରିଆ ଏବଂ ମିଳିତ ଶୂଲିଆ ପୂଜା କମିଟି ଆବାହକ ମୟ ପ୍ରଧାନୀ କହିଛନ୍ତି, ପ୍ରତିବର୍ଷ ନୂଆଁଖାଇ ଏବଂ ପ୍ରସିଦ୍ଧ ଶୂଲିଆ ଯାତ୍ରାର ୧୦ ଦିନ ପୂର୍ବରୁ ଦଲ୍‌ ତେତେଲ୍‌ଠାରେ ଏହି ଅଞ୍ଚଳର ସମସ୍ତ ଗଁାର ଝାଙ୍କର, ଦେହେରିଆମାନେ ସାମୂହିକ ବୈଠକରେ ଯୋଗଦିଅନ୍ତି। ନିୟମ ଅନୁସାରେ, ସେଠାରେ ଆଲୋଚନା, ପର୍ଯ୍ୟାଲୋଚନା କରନ୍ତି। କିଭଳି ପ୍ରାକୃତିକ ନିୟମ, ଶୁଦ୍ଧପୂତ ଚେତନାରେ ନୂଆଁଖାଇ ଏବଂ ଶୂଲିଆ ଯାତ୍ରା ପାଳନ ହେବ ତାହା ସେଠି ବିଚାର ହୁଏ। ମିଛ ଓ ଛଳନାର ଊର୍ଦ୍ଧ୍ୱକୁ ଉଠି ବାସ୍ତବିକ ସରଳ, ନିଷ୍କପଟ ଏବଂ ପ୍ରକୃତି ଅନୁଯାୟୀ ଜୀବନ ଜିଇବାର ସଂକଳ୍ପ ନେବା ଏବଂ କୌଣସି ପରିସ୍ଥିତିରେ ମଧ୍ୟ ପ୍ରାକୃତିକ ନିୟମ ବା ଶୃଙ୍ଖଳ ନ ଭାଙ୍ଗିବା ବୋଲି ସଂକଳ୍ପ ନେବାର ଏକ ମହିମାମୟ ସ୍ଥାନ ହେଉଛି ଦଲ୍‌ ତେତେଲ୍‌। ବିଭିନ୍ନ କାରଣରୁ ଏହି ନିଆରା ସ୍ଥାନଟି ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଆବଶ୍ୟକ ଉନ୍ନତି କରାଯାଇନାହିଁ। ଏହି ସ୍ଥାନ ଏବଂ ଏଠାକାର ନିଆରା ନୀତିନିୟମ, ପ୍ରଥା ପରମ୍ପରା ଉପରେ ଅଧିକରୁ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି।
– ରିପୋର୍ଟ: ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri