Traffic sign quoting shutdown
ବଲାଙ୍ଗୀର ଅଫିସ,୨୯।୭-ବଲାଙ୍ଗୀର ଜିଲାକୁ ୪ ଦିନ ପାଇଁ ଶଟ୍ଡାଉନ ଘୋଷଣା କରାଯାଇଛି। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲା ଶଟ୍ଡାଉନ ରହିବ। ବୁଧବାର ଜିଲାପାଳ ଅରବିନ୍ଦ ଡାକୁଆ ଏହି ସୂଚନା ଦେଇଛନ୍ତି। ଗତକାଲି ଜିଲାରେ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପୁଣି ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।