କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ କମିଶନର ସ୍ପଷ୍ଟ କରିବା ପରେ ଏବଂ ସାଂସଦ ବଳଭଦ୍ର ମାଝୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କିସ୍‌ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ସାଂସଦ କହିଛନ୍ତି ଯେ, କିଟ୍‌, କିମ୍ସ, କିସ୍‌ ଯେଉଁ ପୃଷ୍ଠଭୂମିରେ ହୋଇଥିଲା,ଏବେ ଆଉ ତାହା ନାହିଁ। କିସ୍‌ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । ମାତ୍ର ପିଲାଙ୍କୁ ପାରାଭାଡ଼ି ଭଳି ଥାକ ଥାକ କରି ରଖାଯାଉଛି । ମଣିଷ ପିଲା ରହିଲା ପରି ସେଠାରେ ରହୁ ନାହାନ୍ତି ଛାତ୍ରଛାତ୍ରୀ ।

ପ୍ରଥମେ ଭାବିଥିଲୁ ଗରିବ ଓଡ଼ିଆ ଛାତ୍ରୀଛାତ୍ର ପଢ଼ିବେ ବୋଲି । ମାତ୍ର ଏବେ ବାହାର ପିଲା ଲକ୍ଷ ଲକ୍ଷ ଟଙ୍କା ଦେଇ ପଢ଼ୁଛନ୍ତି । ନେପାଳୀ ଛାତ୍ରୀ ହେଉକି କେନ୍ଦୁଝର ଆଦିବାସୀ ଛାତ୍ର ମୃତ୍ୟୁ ସବୁଠି ଅବହେଳା । ଏକ ଶିକ୍ଷାନୁଷ୍ଠାନ ଲୁଚା ଛପା କାମ କାହିଁକି କରୁଛନ୍ତି । ଅଭିଭାବକ ପିଲାଙ୍କୁ ସେଠାକୁ ପଠାଇବା ପୂର୍ବରୁ ଚିନ୍ତା କରନ୍ତୁ ।ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ ଶିକ୍ଷାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ ।

 

Dharitri – Odisha’s No.1 Odia Daily

Share