ଟିଏସ୍‌ଜି ସହ ବାଜିରାଓ ଆଇଏଏସ୍‌ ଏକାଡେମୀ, ଫିଜିକ୍ସ ଓ୍ବାଲାର ଚୁକ୍ତି

ଭୁବନେଶ୍ୱର,୨୮।୧(ଅନୁରାଧା ମହାରଣା): ଭୁବନେଶ୍ୱର ଆବାସିକ ଶିକ୍ଷାନୁଷ୍ଠାନ ଟାଇମସ୍‌ ସ୍କଲାର୍ସ ଗୁରୁକୁଳ (ଟିଏସ୍‌ଜି) ସହ ଦୁଇଟି ଜାତୀୟ ସ୍ତରର କୋଚିଂ ସଂସ୍ଥାର ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଆଇଏଏସ୍‌ ଓ ଓଏଏସ୍‌ ଆଶାୟୀମାନଙ୍କୁ ସୁଲଭ ମୂଲ୍ୟରେ କୋଚିଂ ସୁବିଧା ଯୋଗାଇଦେବା ପାଇଁ ‘ବାଜିରାଓ ଆଇଏଏସ୍‌ ଏକାଡେମୀ’ ସହ ଚୁକ୍ତି କରାଯାଇଛି। ସେହିପରି ନିଟ୍‌ ଏବଂ ଜେଇଇରେ ଭଲ ପ୍ରଦର୍ଶନ ପାଇଁ ‘ଫିଜିକ୍ସ ଓ୍ବାଲା’ ସହ ଏହି ଚୁକ୍ତି କରାଯାଇଛି। ଶନିବାର ଟିଏସ୍‌ଜି ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ‘ବାଜିରାଓ ଆଇଏଏସ୍‌ ଏକାଡେମୀ’ର ସିଇଓ ଶୁଭ୍ରାଂଶୁ ଶେଖର ଓଝା, ‘ଫିଜିକ୍ସ ଓ୍ବାଲା’ର ସେଣ୍ଟର ହେଡ୍‌ ସୁଜା ଅହମଦ୍‌, ଟିଏସ୍‌ଜିର ପ୍ରିନ୍ସିପାଲ ରଞ୍ଜିତା ମହାପାତ୍ର ଏବଂ ଭାଇସ୍‌ ଚେୟାରମ୍ୟାନ୍‌ ସ୍ମୃତି ସାରିକାଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।

ଗୁରୁକୁଳର ଚେୟାରମ୍ୟାନ ଡ. ଶାରଦା ପ୍ରସାଦ ମିଶ୍ରଙ୍କ ସ୍ବପ୍ନର ଅନୁଷ୍ଠାନରୁ କିପରି ଛାତ୍ରୀଛାତ୍ରମାନେ ନୈତିକ ଶିକ୍ଷା ଲାଭ କରିବା ସହ ନିଜର ସ୍ବପ୍ନ ପୂରଣ ପାଇଁ ବିଦ୍ୟାଳୟରୁ ହିଁ ପ୍ରସ୍ତୁତ ହୋଇ ବାହାରିବେ ସେହି ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ସ୍ମୃତି ସାରିକା କହିଛନ୍ତି। ପିଲାମାନେ ପ୍ରଥମେ କେଉଁ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଆଶାୟୀ ଅଛନ୍ତି ସେଦିଗରେ କାଉନସେଲିଂ କରାଯିବା ପରେ ପିଲାମାନଙ୍କୁ କୋଚିଂ ସୁବିଧା ଯୋଗାଇଦିଆଯିବା ଆବଶ୍ୟକ। ନିଜ ବିଦ୍ୟାଳୟରେ ଏହି ସୁବିଧା ଉପଲବ୍ଧ ହେଲେ ପିଲାମାନେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ ବୋଲି ‘ବାଜିରାଓ ଆଇଏଏସ୍‌ ଏକାଡେମୀ ଓ ‘ଫିଜିକ୍ସ ଓ୍ବାଲା’ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ୩ ଅନୁଷ୍ଠାନ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ପ୍ରିନ୍ସିପାଲ ମହାପାତ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri