ବଜାରରେ ବଜାଜ୍‌ର ଅଲ୍‌ ନ୍ୟୁ ବଜାଜ୍‌ ଗୋଗୋ

ମୁମ୍ବାଇ,୫।୩ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ମଡେଲ ତଥା ବ୍ରାଣ୍ଡ୍‌ର ନୂତନ ଇଲେକ୍ଟ୍ରିକ୍‌ ଅଟୋ ‘ଅଲ୍‌ ନ୍ୟୁ ବଜାଜ୍‌ ଗୋଗୋ’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଅପରପକ୍ଷରେ ‘ବଜାଜ୍‌ ଗୋଗୋ’ର ଶୁଭାରମ୍ଭ ସହ କମ୍ପାନୀ ଇଲେକ୍ଟ୍ରିକ୍‌ ୩ ଚକିଆ ସେଗ୍‌ମେଣ୍ଟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଆଗାମୀ ମାସରେ ବଜାଜ୍‌ ଗୋଗୋ ମଧ୍ୟ ଏହାର ମାଲବାହୀ ଭାରିଆଣ୍ଟର ଶୁଭାରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ବଜାଜ୍‌ ଗୋଗୋ ୩ଟି ଭାରିଆଣ୍ଟ ‘ପି ୫୦୦୯, ପି ୫୦୧୨ ଏବଂ ପି ୭୦୧୨’ ମଡେଲରେ ଉପଲବ୍ଧ ହେଉଛି। ଏପରିକି ଏହି ପ୍ରକାର ନାମକରଣରେ ‘ପି’ ଅର୍ଥାତ୍‌ ପାସେଞ୍ଜର ୫୦ ଓ ୭୦ ଆକାରର ସୂଚକ ହୋଇଥିବା ବେଳେ ୦୯ ଓ ୧୨ ଯଥାକ୍ରମେ ୯ କିଲୋୱାଟ୍‌ ଓ ୧୨ କିଲୋୱାଟ୍‌ ବ୍ୟାଟେରି କ୍ଷମତାକୁ ଦର୍ଶାଉଛି। ବଜାଜ୍‌ ଅଟୋ ବିଶ୍ୱସନୀୟ, ଗ୍ରାହକ ଅନୁକୂଳ ଗାଡ଼ି ଏବଂ ଏକ ବ୍ୟାପକ ଉପଲବ୍ଧତା ସହିତ ୨୦ରୁ ଅଧିକ ବର୍ଷ ଧରି ୩ ଚକିଆ ଶିଳ୍ପର ସ୍ବଚ୍ଛ ଇନ୍ଧନ ବିପ୍ଳବର ନେତୃତ୍ୱ ନେଇଛି।
ଏ ସମ୍ପର୍କରେ ବଜାଜ୍‌ ଅଟୋ ଲିମିଟେଡ୍‌ର ଇଣ୍ଟ୍ରା ସିଟି ବିଜ୍‌ନେସ୍‌ ୟୁନିଟ୍‌ର ପ୍ରେସିଡେଣ୍ଟ ସମରଦୀପ ସୁବନ୍ଧ କହିଥିଲେ, ଆମେ ଆମର ନୂତନ ମଡେଲ ତଥା ତିନିଚକିଆ ଯାନର ଅଲ୍‌ ଇଲେକ୍ଟ୍ରିକ୍‌ ବଜାଜ ଗୋ ଗୋ ରେଞ୍ଜର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏହି ସେଗ୍‌ମେଣ୍ଟ ପାଇଁ ଏହା ନୂଆ ମାନଦଣ୍ଡ ସ୍ଥାପନ କରିବ। ୨୫୧ କି.ମି. ପର୍ଯ୍ୟନ୍ତ ପ୍ରମାଣିତ ରେଞ୍ଜ ସହ ସେଣ୍ଟ ଫାଷ୍ଟ ବୈଶିଷ୍ଟ୍ୟ ଏବଂ ବିଶ୍ୱସ୍ତ ବଜାଜ ବିଶ୍ୱସନୀୟତା ସେବା ବଜାଜ୍‌ ଗୋ ଗୋ ଅଧିକରୁ ଅଧିକ ରୋଜଗାର କରିବା ଏବଂ ଡାଉନ ଟାଇମ୍‌ ତଥା ରକ୍ଷଣା ବେକ୍ଷଣର ଅସୁବିଧାକୁ ହ୍ରାସ କରିବାପାଇଁ ଚାହୁଁଥିବା ଗ୍ରାହକମାନଙ୍କୁ ଏହା ଏକ ବ୍ୟାପକ ସମାଧାନ ପ୍ରଦାନ କରିବ। ତିନିଚକିଆ ଯାନ ପାଇଁ ୭୫ବର୍ଷରୁ ଅଧିକ ବର୍ଷର ବିଶ୍ୱାସ ଉପଯୁକ୍ତ ଜ୍ଞାନକୌଶଳ ଦ୍ୱାରା ସମର୍ଥିତ ବଜାଜ୍‌ ଗୋ ଗୋ ମାଲିକ ଯାତ୍ରୀଙ୍କ ପାଇଁ ସବୁଠାରୁ ଅଧିକ ପସନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ମହଙ୍ଗା ପଡ଼ିବ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବା, ICC ନେବ ବଡ଼ ଆକ୍ସନ, ଦେବାଳିଆ ହେବ ପିସିବି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଥିବା ICC T20 ବିଶ୍ୱକପ 2026 କୁ ନେଇ ବିବାଦ ଥମିବାର କୌଣସି ସଙ୍କେତ…

ପାକିସ୍ତାନ କରୁଛି ବୟକଟର ନାଟକ, ICC ପ୍ରୋଟୋକଲକୁ ସମ୍ମାନ ଦେବ ଭାରତ, ବୁଦ୍ଧି ଶିଖିବ ପାକିସ୍ତାନ!

ନୂଆଦିଲ୍ଲୀ,୨।୨: ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଦେଇଛି। ଏହା ସତ୍ତ୍ୱେ, ଭାରତୀୟ ଦଳ ମ୍ୟାଚ ପାଇଁ ଶ୍ରୀଲଙ୍କା ଯାତ୍ରା କରିବ। ଭାରତ ଏବଂ…

୬ ତାରିଖ ପର୍ଯ୍ୟନ୍ତ କୁହୁଡ଼ି: ଏସବୁ ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨ା୨(ବନ୍ଦନା ସେଠୀ): ରାଜ୍ୟରେ ଏବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ ପ୍ରକୋପ ହ୍ରାସ ପାଇଛି। ତେବେ ଅତ୍ୟଧିକ କୁହୁଡି ପାଇଁ ଜନଜୀବନ ପ୍ରଭାବିତ ହେଉଛି। ସୋମବାର…

କିନ୍ନରଙ୍କୁ ଛୁରି ଭୁସି ହତ୍ୟା, ମୀରା ପରିଡ଼ା କହିଲେ…

ପୁରୁଣା ଭୁବନେଶ୍ୱର/ପିପିଲି,୨ା୨(ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର/ପ୍ରଭାତ ମହାପାତ୍ର): ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ…

ହେବ ତୃତୀୟ ବିଶ୍ୱ ଯୁଦ୍ଧ! କାହିଁକି ଉଠୁଛି ଭାରତ-ପାକିସ୍ତାନ ନାମ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୨: ୨୦୨୬ ମସିହାର ପ୍ରଥମ ମାସରେ, ବିଶ୍ୱର ଅଧିକାଂଶ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣର ଭୟ ସମଗ୍ର ପଶ୍ଚିମ ଏସିଆରେ ଘୂରି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ିଗାର୍ଡ ହାତରେ ଥିବା Briefcase କ’ଣ? ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ କିମ୍ବା ବିଦେଶ ଗସ୍ତରେ ଯୋଗ ଦିଅନ୍ତି, ତାଙ୍କ ସହିତ କଳା ସୁଟ ଏବଂ କଳା ଚଷମା…

ଅନ୍ଧ, ମୂକ, ବଧିର ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୋଗ ଆଣିବାରୁ…

ଭବାନୀପାଟଣା,୨।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ…

ଭାରତର ମ୍ୟାଚ ବୟକଟକୁ ନେଇ ବଡ଼ କଥା କହିଲେ ପାକିସ୍ତାନୀ ଅଧିନାୟକ? ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri