Posted inଖେଳ

ହିମାଚଳକୁ ହରାଇଲା ହାଇଦ୍ରାବାଦ

କଟକ,୧୬ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ। ସନ୍ଧ୍ୟାରେ ଷ୍ଟାଡିୟମ ପରିସରରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଇଥିଲା। ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ପୁତ୍ର ଡ. ଖାରବେଳ ମହାନ୍ତି ଓ ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବର୍ଗତ ମହାନ୍ତିଙ୍କ ଫଟୋରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା।
ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ ୭ ଉଇକେଟରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି। ହାଇଦ୍ରାବାଦ ଅଧିନାୟକ ତନ୍ମୟ ଅଗ୍ରୱାଲ ଟସ୍‌ ଜିତି ହିମାଚଳକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ମୟଙ୍କ ଡଗରଙ୍କ ନେତୃତ୍ୱାଧୀନ ହିମାଚଳପ୍ରଦେଶ ସମସ୍ତ ଉଇକେଟ ହରାଇ ୧୨୪ରନ କରିଥିଲା। ଇନେଶ ମହାଜନ ସର୍ବାଧିକ ୪୫ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଟି. ରବି ତେଜା ୪ଟି, ରକ୍ଷଣ ରେଡ୍ଡୀ ୩ଟି, ଜି. ଅନିକେତ ରେଡ୍ଡୀ ୨ଟି ଏବଂ ତନୟ ତ୍ୟାଗରାଜନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ରୋହିତ ରାୟୁଡୁ ୮୦ ରନର ଦ୍ରୁତ ଇନିଂସ୍‌ ଖେଳି ହାଇଦ୍ରାବାଦକୁ ପ୍ରଥମ ବିଜୟ ପ୍ରଦାନ କରିଥିଲେ ।
୪୬ଟି ବଲରୁ ୬ଟି ଚୌକା ଏବଂ ୫ଟି ଛକା ସହାୟତାରେ ସେ ଏହି ମ୍ୟାଚ ବିଜୟୀ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ। ୧୫.୨ ଓଭରରେ ୩ ଉଇକେଟ ହରାଇ ହାଇଦ୍ରାବାଦ୍‌ ମ୍ୟାଚ୍‌ ଜିତିଥିଲା । ପ୍ରକାଶଥାଉକି, ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଆୟୋଜିତ ଏହି ଟର୍ନାମେଣ୍ଟର ପ୍ରାୟୋଜକ ହେଉଛି ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌। ମୋଟ୍‌ ୮ଟି ଦଳକୁ ନେଇ ଏହି ଟୁର୍ନାମେଣ୍ଟ ଖେଳାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri