ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର, ନଗଦ ୩ ଲକ୍ଷ ଟଙ୍କା ଏପରି ମୋଟରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଛନ୍ତି। ବୈକୁଣ୍ଠଙ୍କର ଦେହ ଖରାପ ଯୋଗୁ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ପୁଅ ବସନ୍ତ, ବୋହୂ ଓ ନାତିଙ୍କୁ ମାରପିଟ କରି ଚୋରି କରିଛନ୍ତି। ଆକ୍ରମଣରେ ପୁଅ ବସନ୍ତ, ବୋହୂ ଓ ନାତି ପ୍ରମୁଖ ୩ ଆହତ ହୋଇ ଚିକିତ୍ସା ପରେ ଫେରିଛନ୍ତି। ସେପଟେ ସାଇଣ୍ଟଫିକ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Dharitri – Odisha’s No.1 Odia Daily

Share