ଫିଟୁଛି ବୈକୁଣ୍ଠ ଧାମର ଗୁମର: ‘ଶ୍ରୀ’ ଲେଖା ଉପରେ ମାଟି ବୋଳିଲେ ମହିଳା

ଭୁବନେଶ୍ୱର,୧୯ା୧୧: ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି ତାଙ୍କ ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗ ଭିନ୍ନ ମୋଡ଼ ନେବାରେ ଲାଗିଛି। ଦିନ ଗଡ଼ୁଥିବାବେଳେ ବାବା ଓ ଆଶ୍ରମର କାର୍ଯ୍ୟକଳାପକୁ ନେଇ ଭିନ୍ନ ଭିନ୍ନ ଅଭିଯୋଗ ଆସୁଛି। ଏପରି କି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳୁଛି। ଅପରପକ୍ଷରେ ଆଶ୍ରମ ଗଢ଼ିଉଠିଥିବା ସ୍ଥାନ ସରକାରୀ ଜମି ବୋଲି ଅଭିଯୋଗ ଆସିବା ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ତହସିଲ ପକ୍ଷରୁ ମିଳିତ ଭାବେ ଆଶ୍ରମର ଜମିକୁ ମାପଚୁପ କରାଯାଇଛି। ୮ଜଣିଆ ଟିମ୍‌ ପୂର୍ବାହ୍ନରୁ ଆଶ୍ରମରେ ପହଞ୍ଚତ୍ ତଦାରଖ କରିବା ସହ ଫିତା ପକାଇ ମାପଚୁପ କରିଥିଲେ।

ଜିଏ ବିଭାଗ ସର୍ଭେ ଏନ୍‌ଫୋର୍ସମେଣ୍ଟ ସହ ନିର୍ଦ୍ଦେଶକ ଅମିୟ କୁମାର ଦାସ ଗଣମାଧ୍ୟମରେ କହିଛନ୍ତି, ଆଶ୍ରମରେ ସରଜମିନ୍‌ ତଦନ୍ତ କରାଯାଇଛି। ଆଶ୍ରମ ଥିବା ସ୍ଥାନଟି ସରକାରୀ ଜମି କିମ୍ବା ସ୍ଥିତିବାନ୍‌ ସେନେଇ ତଦାରଖ କରିଛୁ। ଏଥିସହ ପ୍ଲଟଟି ଚିହ୍ନଟ ମଧ୍ୟ କରାଯାଇଛି। ପ୍ରାଥମିକ ତଦନ୍ତରୁ ତାହା ସରକାରୀ ଜମି ମଧ୍ୟରେ ଥିବା ଜଣାପଡ଼ିଛି। ମାପଚୁପ ସରିଛି। ସରକାରଙ୍କୁ ଏହି ରିପୋର୍ଟ ଦେବୁ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀ ବୈକୁଣ୍ଠଧାମ ଆଶ୍ରମର ୩ ମହଲା କୋଠା ହୋଇଥିବାବେଳେ ଏଥିରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଏହି ଅଭିଯୋଗର ଲମ୍ବା ଫର୍ଦ୍ଦ ବଢ଼ିବାରେ ଲାଗିଛି। କଳ୍‌କି କୁହାଯାଉଥିବା ନାବାଳକ ଜଣଙ୍କ ପଟିଆ ଅଞ୍ଚଳରେ ଥିବା ଏକ କାଫେରେ ଟଙ୍କା ଉଡ଼ାଉଥିବା ଜଣେ ଯୁବତୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏଭଳିସ୍ଥଳେ କିଛି ମହିଳା ଆଶ୍ରମ ନିକଟରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଶ୍ରମର ମୁଖ୍ୟ ଗେଟ୍‌ରେ ଶ୍ରୀ ବୈକୁଣ୍ଠଧାମ ଲେଖାଥିବାବେଳେ ଏହାକୁ ନେଇ ସମାଲୋଚନା କରିଥିଲେ। ଏଥିସହ ‘ଶ୍ରୀ’ ଲେଖା ଉପରେ ମାଟି ବୋଳି ପ୍ରତିବାଦ ମଧ୍ୟ କରିଥିଲେ। ଏପରି କି ଆଶ୍ରମ ଉପରେ ଲାଗିଥିବା ଏକ ଭିନ୍ନ ଧରଣର ପତାକାକୁ ବିଦେଶୀ ପତାକା କହି ମଧ୍ୟ ଜଣେ ମହିଳା ପ୍ରଶ୍ନ ଉଠାଇଛନ୍ତି। ଏନେଇ ପୋଲିସ ଆପରାଧିକ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri