ବଗଲା ଜମି ବିବାଦ: ପ୍ରତିବାଦ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କଲା ଭାଜପା, ସ୍ବତନ୍ତ୍ର ଆପ୍‌ ଉନ୍ମୋଚିତ

ପୁରୀ ଅଫିସ,୩ା୯: ଦିନକୁ ଦିନ ବଗଲା ଧର୍ମଶାଳା ଜମି ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା, କଂଗ୍ରେସ ସମେତ ବିଭିନ୍ନ ବାମଦଳ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଭାଜପା ପକ୍ଷରୁ ୧୪ଦିନ ହେଲା ଧର୍ମଶାଳା ସମ୍ମୁଖରେ ଧାରଣା ଜାରି ରହିଥିବା ବେଳେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଦଳ ଆନ୍ଦୋଳନ ଆରମ୍ଭ କରିଛି । ପ୍ରତିବାଦ ପାଇଁ ଭାଜପା ପକ୍ଷରୁ ଗୁରୁବାର ଏକ ସ୍ବତନ୍ତ୍ର ଆପ୍‌ ଉନ୍ମୋଚନ କରାଯାଇଛି। ବଗଲା ଧର୍ମଶାଳା ସମ୍ମୁଖରେ ଚାଲିଥିବା ଧାରଣାସ୍ଥଳରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି । ଏହି ଆପ୍‌ ମାଧ୍ୟମରେ ସାଧାରଣ ଲୋକେ ଅନ୍‌ଲାଇନ ପିଟିଶନ ଦାଖଲ କରିପାରିବେ ବୋଲି କହିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ୍‌ ପାତ୍ର। ବଗଲା ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଛି। ତେଣୁ ସରକାର ବିକ୍ରି କରିଥିବା ୬ଟି କବଲାକୁ ରଦ୍ଦ କରି ଏଠାରେ ଧର୍ମଶାଳାର ପୁନରୁଦ୍ଧାର କରନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Share