ଖଳା ନିକଟରୁ ବୋମା ଭର୍ତ୍ତି ବ୍ୟାଗ ଜବତ: ସହରରେ ଗୋଷ୍ଠୀ ସଂଘର୍ଷ ଏଡାଇବାକୁ ପୋଲିସର ପ୍ରୟାସ

ବ୍ରହ୍ମପୁର, ୧୧।୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଏବେ ଧୀରେ ଧୀରେ ପୁଣିଥରେ ଅଶାନ୍ତ ଆଡକୁ ଗତି କରୁଛି। ନୂତନ ଭାବେ ଯୁବଗୋଷ୍ଠୀ ଅପରାଧ ଦୁନିଆରେ ପାଦ ଥାପୁଥିବାର ଦେଖିବାକୁ ମିଳିଛି।
ଅପରାଧୀ ଗୋଷ୍ଠୀଙ୍କୁ ପୋଲିସ ଧରିବାକୁ ଚଢ଼ାଉବେଳେ ପୋଲିସ ହାତରେ ସେମାନେ ଧରାପଡି ନ ଥିବା ଜଣାପଡିଛି। ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଥିବା ଏକ ଫାର୍ମହାଉସ ନିକଟରେ ଥିବା ଏକ ଖଳା ନିକଟରୁ ବୋମା ଭର୍ତ୍ତି ଏୟାର ବ୍ୟାଗ ପୋଲିସ ଜବତ କରିଛି। ଉକ୍ତ ବ୍ୟାଗର ଉପରେ କୁଣ୍ଡା ରଖାଯାଇଥିବାବେଳେ ତଳ ଭାଗରେ ବୋମା ରହିଥିଲା। ପୋଲିସ ୫ ଗୋଟି ବୋମା ଜବତ କରିଛି। ସେଠାରେ ବୋମା କିଏ ରଖିଥିଲା ଓ ତାର କଣ ଉଦ୍ଦେଶ୍ୟ ଥିଲା ସେନେଇ ପୋଲିସ ଏବେ ଖୋଳତାଡ କରୁଛି। ପ୍ରଥମ ପର୍ଯ୍ୟାୟରେ ଏକ ବୋମା ନିଷ୍କ୍ରିୟକାରୀ ଦଳ ଆସି ତାହା ନିଷ୍କ୍ରିୟ କରିବାରେ ବିଫଳ ହୋଇଛନ୍ତି। ତେଣୁ କଟକରୁ ବୋମା ନିଷ୍କ୍ରିୟକାରୀ ଦଳ ଆସିବାକୁ ଯୋଜନା କରାଯାଉଛି। ଅପରାଧୀ ଏବେ ସହରରେ ସକ୍ରିୟ ହେଉଥିବାବେଳେ ସେମାନଙ୍କ ପାଖରେ ମାରଣାସ୍ତ୍ର, ବୋମା ଓ ପିସ୍ତଲ ମଧ୍ୟ ରଖୁଛନ୍ତି। ଅପରାଧୀମାନେ ଏଠାରେ କାହିଁ କି ମେଳି ବାନ୍ଧିଥିଲେ ଏବଂ କାହା ଉପରେ ଟାର୍ଗେଟ ଥୁଲା ଖୋଳତାଡ଼ କରୁଛି ପୋଲିସ। ମେଳି ବାନ୍ଧିଥିବା ଅପରାଧୀଙ୍କୁ ପୋଲିସ ଚିହ୍ନଟ ପାଇଁ ପ୍ରୟାସ ଜାରି ରଖିଛି। ଅପରାଧୀମାନେ ନିର୍ଭୟରେ ଏବେ ବୋମା ପ୍ରସ୍ତୁତ ରଖି ଗ୍ୟାଙ୍ଗ ଓ୍ବାରକୁ ଆହ୍ବାନ ଦେଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସେମାନଙ୍କୁ ଗିରଫ କରିବା ପରେ କାହାକୁ ଟାର୍ଗେଟ କରି ବୋମା ରଖିଥିଲେ ତାହା ସ୍ପଷ୍ଟ ଜଣାପଡିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଚକ୍ଷୁ ଚିକିତ୍ସା ଶିବିର: ଦୁଇଟି ଶିବିରରେ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ...

ରାଙ୍ଗାପାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ତୁମୁଡିବନ୍ଧ, ୨୨।୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର...

୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ...

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା...

ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ

ବାଲିଗୁଡ଼ା,୨୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି।...

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ...

ନୂଆବର୍ଷ ସରିବାକୁ ବସିଲାଣି, ହେଲେ ଦାରିଙ୍ଗବାଡ଼ିରେ କମୁନି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): ନୂଆବର୍ଷ ଏବେ ସରିବାକୁ ବସିଲାଣି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri