ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ କରୁଥିବା ବରିଷ୍ଠ ରାଜ୍ୟ ସଭା ଯାଆନ୍ତୁ। ଖାଲି ଏତିକି ନୁହେଁ, ବିଜେଡିର ପ୍ରାର୍ଥୀ ରାଜନୈତିକ ଲୋକ ହେବା ବି ଦରକାର। ଦଳ ପାଇଁ କଠିନ ପରିଶ୍ରମ କରିଥିବା ବରିଷ୍ଠ ରାଜ୍ୟ ସଭା ଗଲେ ଭଲ ହେବ। ଭାଜପା ୩ ଆସନ ନେଇପାରିବ ଯଦି ନେଇଯାଉ। ରାଜ୍ୟ ସଭା ନିଷ୍ପତ୍ତି ନବୀନ ନେବେ, କି ନିଷ୍ପତ୍ତି ନେବେ ଅପେକ୍ଷା କରନ୍ତୁ ବୋଲି ବଦ୍ରି କହିଛନ୍ତି।
ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାର ୪ ଆସନ ପାଇଁ ନିର୍ବାଚନ ହେବ। ଫେବୃଆରୀ ୨୬ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୬ରେ ଯାଞ୍ଚ କରାଯିବ। ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ନ ୪ ଯାଏ ଭୋଟ ଗ୍ରହଣ ହେବ। ଅପରାହ୍ନ ୫ଟାରେ ହେବ ଭୋଟ ଗଣତି କରାଯିବ। ଓଡ଼ିଶାର ୪ ରାଜ୍ୟ ସଭା ଏମ୍ପି ମମତା ମହାନ୍ତ, ମୁନା ଖାନ, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି।