ବଦ୍ରି ଖୋଲିଲେ ଭିତିରି ପ୍ଲାନ : ଏପଟେ କାହିଁକି ନବୀନଙ୍କ କଥା ମାନିଲେନି କହିଲେ ଦେବାଶିଷ

ଭୁବନେଣ୍ବର,୪।୪: ବହୁ ପ୍ରତୀକ୍ଷିତ ୱାକଫ ବିଲ୍‌ ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ ବୁଧବାର ଲୋକସଭାରେ ଗୃହୀତ ହେଲା ପରେ ଗୁରୁବାର ରାତିରେ ରାଜ୍ୟରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି। ରାଜ୍ୟ ସଭାରେ ୱାକଫ ସପକ୍ଷରେ ୧୨୮ ଭୋଟ ଥିବା ବେଳେ ବିରୋଧରେ ୯୫ ଭୋଟ ଯାଇଥିଲା। ତେବେ ସବୁଠାରୁ ବଡ଼ କଥା ହେଲା ୱାକଫ ବିଲ୍‌କୁ ବିରୋଧ କରିଆସିଥିବା ବିଜେଡି ମଧ୍ୟ ସମର୍ଥନ ଜଣାଇଛି। ମାତ୍ର ବିଜେଡିର ସମସ୍ତ ଏମ୍‌ପି ୱାକଫ ସପକ୍ଷରେ ଯାଇ ନଥିବା କୁହାଯାଉଛି।

ଅନ୍ୟପଟରେ ବିଜେଡି ରାଜ୍ୟସଭା ଏମପି ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି,ଅସନ୍ତୁଷ୍ଟ ହୋଇ ଭୋଟ ଦେଲିନି ବୋଲି କହିଲେ ଦେବାଶିଷ।
ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଁ କାଲି ଭୋଟ ଦେଲିନି। ଭୋଟ ଦେଇନଥିଲେ ଦେବାଶିଷ। ଏହି ଘଟଣାକୁ ନେଇ ବିଜେଡିର ଗୋଷ୍ଠୀ କନ୍ଦଳ କଥା ଉଠାଇଛନ୍ତି ବଦ୍ରି ପାତ୍ର। ଅନ୍ୟପକ୍ଷେ ସେ କହିଛନ୍ତି, ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିରୋଧ କରିବାକୁ ନବୀନ ମୁନା ଖାଁଙ୍କୁ ୨ଥର କହିଥିଲେ। ନିଷ୍ଠାପର ଭାବେ ବିରୋଧ କରିବା ପାଇଁ କହିଥିଲେ। ଏପରି କେମିତି ହେଲା ଚିନ୍ତାଜନକ, କିଛି ଖେଳ ହୋଇଛି। ସଭାପତି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ହ୍ବିପ କାହିଁକି ଜାରି କରାଗଲାନି, ସନ୍ଦେହ ଘେରରେ ରହିଛି।