ପାଣ୍ଡିଆନଙ୍କୁ ନେଇ ବଦ୍ରିଙ୍କ ବିସ୍ଫୋରକ ବୟାନ, ଜଣକୁ ନୁହେଁ…

ଭୁବନେଶ୍ୱର,୨୮ା୮(ରବିନାରାୟଣ ଜେନା): ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି। ନିକଟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ କେତେଜଣ ବରିଷ୍ଠ ନେତା ଅସୁସ୍ଥ ନବୀନବାବୁଙ୍କୁ ହସ୍ପିଟାଲ୍‌ରେ ସାକ୍ଷାତ୍‌ କରିବାକୁ ଯାଇଥିବାବେଳେ ସେମାନଙ୍କୁ ସୁଯୋଗ ମିଳି ନ ଥିଲା। ଏହାକୁ ଦଳର ନେତା ଓ କର୍ମୀମାନେ ହଜମ କରିପାରୁନାହାନ୍ତି। ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ସଭାପତି ଗୁରୁତ୍ୱ ଦେଉଥିବାରୁ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏପରି କି ଦଳ ବିଭାଜନ ଆଡ଼କୁ ମୁହାଁଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏହି ପ୍ରସଙ୍ଗରେ ପୂର୍ବରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପ୍ରଶ୍ନ ଉଠାଇଥିବାବେଳେ ବୁଧବାର ଗଣେଶ ଚତୁର୍ଥୀରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର ନବୀନଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି, ସାଧାରଣ ନିର୍ବାଚନରେ ନବୀନ ଲୋକ ତଥା ଭୋଟରଙ୍କୁ ଗୁରୁତ୍ୱ ଦେଲେନାହିଁ ବୋଲି ଦଳର ପରାଜୟ ହେଲା। ଗଣତନ୍ତ୍ରରେ ଲୋକମାନେ ହେଲେ ସର୍ବେସର୍ବା। ସେମାନଙ୍କୁ ନେଇ ଦଳ ଆଗକୁ ବଢ଼ିବା କଥା। ମାତ୍ର ନବୀନ ବାବୁ ଗଣଙ୍କୁ ନୁହେଁ, ଜଣଙ୍କୁ ଗୁରୁତ୍ୱ ଦେଉଛନ୍ତି, ଯେଉଁଥିପାଇଁ ଖାଲି ବରିଷ୍ଠ ନେତା ନୁହନ୍ତି, ତୃଣମୂଳସ୍ତରର ଲୋକେ ମଧ୍ୟ ଅସନ୍ତୁଷ୍ଟ ହେଉଛନ୍ତି। ସାଧାରଣ ନିର୍ବାଚନ ବେଳେ କିଛି ଲୋକଙ୍କ ମତ ଅନୁକୂଳ ହେଲାନି। ଲୋକେ ଯେମିତି ଚାହୁଁଥିଲେ ସେମିତି ହେଲାନି, ଯାହା ଫଳରେ ଲୋକେ ଓଲଟାଇଦେଲେ। ଲୋକ ହେଉଛନ୍ତି ଅଲ୍‌ଟିମେଟ୍‌ ଜଜ୍‌। ଭୋଟରମାନେ କ’ଣ କହୁଛନ୍ତି, ସେକଥା ଦଳର ସଭାପତି ଓ ନେତୃବୃନ୍ଦ ଜାଣିବା ଆବଶ୍ୟକ। ସେହି ଅନୁସାରେ ନିଜକୁ ପରିବର୍ତ୍ତନ କଲେ ଯାଇ ଦଳ ଆଗେଇପାରିବ। ଲୋକଙ୍କ ଇଚ୍ଛା ବିରୋଧରେ ଯାଇ କେଉଁ ଦଳ ଆଗେଇପାରିନାହିଁ। ଶୀର୍ଷନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନ ଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ିବା ଆରମ୍ଭ କଲେଣି। ସମସ୍ତଙ୍କୁ ସବୁବେଳେ ସାଙ୍ଗରେ ନେଇ ଚାଲିବାର ରହିଛି, ତାହା ହିଁ ବୁଦ୍ଧିମାନ୍‌ର କାମ ହେବ।

ସେ ପୁଣି କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଦଳ, ଯାହାକୁ ନେଇ ସାରାଦେଶରେ ବେଶ୍‌ ଖ୍ୟାତି ରହିଛି। ଲୋକଙ୍କ ମତାମତକୁ ସବୁବେଳେ ସମ୍ମାନ ଦେଇ ନିଷ୍ପତ୍ତି ନିଆଯିବା କଥା। ହେଲେ ବାସ୍ତବ କ୍ଷେତ୍ରରେ ତାହା ହେଉନାହିଁ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ‘ଆଇ ଆମ୍‌ ଡାଉନ୍‌ ବଟ୍‌ ନଟ୍‌ ଆଉଟ୍‌’ ଅର୍ଥ କ’ଣ ତାହା ମୁଁ ଜାଣେନାହିଁ। ତା’ର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ ଏବଂ ଯାହାକୁ କୁହାଯାଇଛି ସେ ହିଁ ବୁଝିଥିବେ’। ସେ ପ୍ରସଙ୍ଗରେ ମୁଁ ପଶିବାକୁ ଚାହୁଁନାହିଁ।

ସେହିପରି ସୁଜାତା କାର୍ତ୍ତିକେୟନ ଦଳରେ ଏଣ୍ଟ୍ରି ହୋଇପାରନ୍ତି ପ୍ରଶ୍ନର ଉତ୍ତରରେ ବଦ୍ରି କହିଛନ୍ତି, ତାଙ୍କୁ ଦଳ ସ୍ବାଗତ କରିବ। ବିଜେଡି ଏକ ସମୁଦ୍ର, ଅଧିକ ଲୋକ ଗ୍ରହଣ କରିବାକୁ କ’ଣ ଦଳରେ ଜାଗା ନାହିଁ କି? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା ତାହା ସଭାପତି ଗୁରୁତ୍ୱ ଦେବାର ରହିଛି। ଦଳ ବଢ଼ିଲେ ବିବାଦ ବଢ଼ିବ, ଏହା କିଛି ନୂଆକଥା ନୁହେଁ। କିନ୍ତୁ କଥା ହେଉଛି ସମସ୍ତେ ନିଜ ସୀମା ଜାଣିବା ଦରକାର। ମୋର ଦାୟିତ୍ୱ କ’ଣ ତାହା ବୁଝିଲେ ହିଁ ସବୁ ଠିକ୍‌ ହେବ ଏବଂ ଦଳ ଶୃଙ୍ଖଳିତ ଭାବେ ଚାଲିବ। ଆଉ ଯଦି ସୀମା ଟପିବା, ତାହାଲେ ଦ୍ୱନ୍ଦ୍ୱ ବଢ଼ିବ। ବର୍ତ୍ତମାନ ଯେଉଁ ଦ୍ୱନ୍ଦ୍ୱ ଉପୁଜିଛି, ସେଥିପାଇଁ ଦଳରେ ଯେଉଁମାନେ ବର୍ତ୍ତମାନ ଦାୟିତ୍ୱ ନେଉଛନ୍ତି ସେମାନେ ବୁଝିବା ଦରକାର। ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ତଳସ୍ତରରେ କେତେ ଗ୍ରହଣୀୟ ହେଉଛି, ତାହାର ସମୀକ୍ଷା କରିବା ଆବଶ୍ୟକ। ସବୁକଥାର ପରୀକ୍ଷା ଗ୍ରାଉଣ୍ଡ୍‌ଲେଭଲରେ ହେବା ଆବଶ୍ୟକ ବୋଲି ବଦ୍ରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri