ନବୀନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ବଦ୍ରି ପାତ୍ର: ବିଜେଡି ହାରିବାର କାରଣ…

ଭୁବନେଶ୍ୱର,୨୪।୯:ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ନିର୍ବାଚନ ହାରିବା ପରେ ବିଜେଡିରେ ବିଦ୍ରୋହ ମୁଣ୍ଡ ଟେକୁଛି । ବିଜେଡି ନେତା ଖୋଲାଖୋଲି ଦଳର ଭିତିରି କଥା ପଦାକୁ ଆଣିଛନ୍ତି। ଏଥର ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଦଳର ପରାଜୟ ଉପରେ ଖୋଲାଖୋଲି ନିଜ ମନ୍ତବ୍ୟ ରଖିଛନ୍ତି।

ସେ କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟବରଣ କରିଛି। ବିଜେଡିର ସବୁ ସ୍ଥାନରେ ଭୋଟ ଅଛି, କିନ୍ତୁ ନବୀନ ବୁଲିଲେନି। ନବୀନ ସମୟ ଦେଇ ନ ପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା। ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ରହିଛି।

ଏହାପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଖରାପ ନିର୍ବାଚନ ପରିଚାଳନାକୁ ସେ ପରାଜୟର ମୁଖ୍ୟ କାରଣ ବୋଲି ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ,ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ ନେତାମାନେ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି। ନବରଙ୍ଗପୁର ଓ କଳାହାଣ୍ଡି ଜିଲା ସାଙ୍ଗଠନିକ ବିଜେଡି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶଙ୍ଖଭବନରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସାଂଗଠନିକ ଜିଲାର କର୍ମକର୍ତ୍ତା ଓ ନେତାଙ୍କୁ ଡାକି ସମୀକ୍ଷା କରୁଥିବା ନବୀନଙ୍କୁ ଦଳ ପରାଜୟର କାରଣ ନେତାମାନେ ଅବଗତ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ନେତା ପ୍ରଦୀପ ମାଝୀ ସମୀକ୍ଷା ବୈଠକରେ ଦଳ ପରାଜୟର ଯେଉଁ ସବୁ କାରଣ ନବୀନଙ୍କୁ ଅବଗତ କରାଇଛନ୍ତି ତାହାକୁ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?