ବେହେରଣ ଦ୍ବାର ନିକଟରେ ପଡିଥିଲା ଖଙ୍କାର, ମହାପ୍ରଭୁଙ୍କର ହେଲା…

ପୁରୀ,୯।୧(ଅଜିତ୍‌ କୁମାର ମହାନ୍ତି):  ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ତଡ଼ପ ଲାଗି ନୀତି ହେବା ସମୟରେ ବେହରଣ ଦ୍ୱାର ଭିତର ପଟେ ଖଙ୍କାର ପଡ଼ିଥିବା ଦେଖାଯାଇଥିଲା । ଏହାପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖଙ୍କାର ପଡ଼ିଥିବା ଦେଖାଯିବା ପରେ ତୁରନ୍ତ ସମସ୍ତ ନୀତିକାନ୍ତି ବନ୍ଦ କରାଯାଇଥିଲା । ଏହାସହିତ ସର୍ବ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ପରେ ବଡ଼ ମହାସ୍ନାନ ପାଇଁ ନୀତି ଆରମ୍ଭ ହୋଇଥିଲା । ସକାଳ ୮ଟା ୧୦ରେ ଚୂନ ପାଣି ପଡ଼ିଥିଲା, ସିଂହାସନ ଧୁଆ ୮ଟା୨୦ରେ ହେବା ପରେ ମହାସ୍ନାନ ପୂଜା ଆରମ୍ଭ ହୋଇଥିଲା । ମହାସ୍ନାନ ପୂଜା ୮ଟା ୫୫ ପୂଜା ଶେଷ ହେବା ସହିତ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବା ସହ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।

 

Dharitri – Odisha’s No.1 Odia Daily