ଚାରା ଉତ୍ପାଦନରେ ପଛୁଆ

ରାଉରକେଲା ଅଫିସ,୩।୫: ରାଉରକେଲା ପାନପୋଷ ମଣି କଲୋନୀରେ ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ଚାରା ଉତ୍ପାଦନ ଫାର୍ମକୁ ଆବଶ୍ୟକ ଆର୍ଥତ୍କ ଅନୁଦାନ ମିଳୁନାହିଁ। ଫଳରେ ଫାର୍ମରେ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ଚାରା ଉତ୍ପାଦନ ହୋଇପାରୁନାହିଁ।
ସୂଚନା ଅନୁସାରେ, ପାନପୋଷ ମଣି କଲୋନୀରେ ରାଉରକେଲା ସହକାରୀ ଉଦ୍ୟାନ କୃଷି ବିଭାଗ ଅଧୀନ ୩୦ ଏକର ଜମି ପରିମିତ ଏକ ଫାର୍ମ ରହିଛି। ଫାର୍ମରେ ଆମ୍ବ, ଲେମ୍ବୁ, ଅମୃତଭଣ୍ଡା, ସଜନା, ପିଜୁଳି ଆଦି ବୃକ୍ଷ ଚାରା କରାଯାଉଛି। ମାତ୍ର ଅନୁଦାନ ଅଭାବରୁ ୨ବର୍ଷ ହେଲା ଫାର୍ମରେ ଥିବା ପଲିହାଉସ, ଓ୍ବାର୍କିଂ ସେଡ୍‌ ଏବଂ ସେଡ୍‌ ନେଟ୍‌ ଆଦିର ଉନ୍ନତୀକରଣ ହୋଇପାରୁନାହିଁ। ଫଳରେ ସରକାରଙ୍କ ନିର୍ଦ୍ଧାରିତ ଚାରା ଉପତ୍ାଦନ ଲକ୍ଷ୍ୟ ଧାର୍ଯ୍ୟ ସମୟରେ ପୂରଣ କରିପାରୁନି ଏହି ବିଭାଗ। ରାଉରକେଲା ସହକାରୀ ଉଦ୍ୟାନ କୃଷି ବିଭାଗ ଅଧୀନରେ ରାଉରକେଲା, ନୂଆଗଁା, କୁଆଁରମୁଣ୍ଡା, ବିଶ୍ରା ଏବଂ ଲାଠିକଟା ଆଦି ୫ଟି ଉଦ୍ୟାନ କୃଷି ଫାର୍ମ ରହିଛି। ତେବେ ଆର୍ଥିକ ଅନୁଦାନ ମିଳୁ ନ ଥିବାରୁ ଏହି ସବୁ ଫାର୍ମ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବିଭାଗୀୟ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଫାର୍ମରେ ୮୧୦ ଆମ୍ବ, ୨୭୫ ପିଜୁଳି ଓ ୧୦ ଲିଚୁ ଗଛ ଲଗାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଉରକେଲା ସହକାରୀ ଉଦ୍ୟାନ ବିଭାଗକୁ ୬୦ହଜାର ଆମ୍ବ ଚାରା, ୩୮ହଜାର ଲେଖାଏ ଅମୃତଭଣ୍ଡା, ସଜନା ଓ ଲେମ୍ବୁ ଚାରା ପ୍ରସ୍ତୁତ କରିବା ପାଇଁ ଟାର୍ଗେଟ ମିଳିଛି। ଏଯାଏ ୧୫ ହଜାର ଲେଖାଏ ଲେମ୍ବୁ, ଅମୃତଭଣ୍ଡା, ସଜନା ଏବଂ ୪୦ହଜାର ଆମ୍ବଚାରା ପ୍ରସ୍ତୁତ ହୋଇପାରିଛି। ଏଣୁ ଆର୍ଥିକ ଅନୁଦାନ ମିଳିଲେ ଧାର୍ଯ୍ୟ ସମୟରେ ବିଭିନ୍ନ ଚାରା ପ୍ରସ୍ତୁତୀକରଣ ଓ ସଂରକ୍ଷଣ କରାଯାଇପାରିବ। ଏ ନେଇ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଚାଲିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବ୍ୟୟବରାଦ ରାଶି ଅନୁମୋଦନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନୁଦାନ ମିଳିଲେ ପୁନରୁଦ୍ଧାର କାମ ଶୀଘ୍ର ହେବ ବୋଲି ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri