୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ ସଦର ରେଞ୍ଜ ଅନ୍ତର୍ଗତ କାଠ ବାଉଁଶୁଳି ଗ୍ରାମରେ ଏକ ଖୋଲା କୂଅରେ ପଡ଼ି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି ।

ମୃତ ହାତୀଟି ଏକ ୧୦ ଟିକିଆ ଦଳରେ ବୁଲୁ ବୁଲୁ ଜଣେ ଲୋକର ବାଡ଼ି ଭିତରେ ପରିବା ଖାଇବା ପାଇଁ ପଶିଯାଇଥିଲା। ଏହି ସମୟରେ ଏକ କୂଅରେ ପଡ଼ି ଯାଇଥିଲା। ସେଠାରେ ଥିବା ବନ ବିଭାଗ କର୍ମଚାରୀମାନେ ଛୁଆ ହାତୀକୁ କୂଅରୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଛୁଆ ହାତୀ ପ୍ରାଣ ହରାଇଥିଲା । ଆଜି ଛୁଆ ହାତୀର ବ୍ୟବଚ୍ଛେଦ ହେବ ।

 

Dharitri – Odisha’s No.1 Odia Daily

Share