ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା । ଗ୍ରାମର ଜଣଙ୍କର ଘରର କାନ୍ଥ ପଡିଯିବାକୁ ମା’ କୋଳରେ ଶୋଇଥିବା ଦୁଇ ବର୍ଷର ଶିଶୁ ପୁତ୍ର ନାରାୟଣ ବେଶରାର ଜୀବନ ଯାଇଛି ।

ସୂଚନା ଅନୁସାରେ ସୋମବାର ରାତିରେ ଘରର ସମସ୍ତ ସଦସ୍ୟ ପିତା ଉଦ୍ଧବ ଵେଶ୍ରା, ମା’ ଚାରି ବେଶ୍ରା, ଦୁଇ ଦୁଇ ବର୍ଷର ଦୁଇ ଯାଇଁଳା ପୁତ୍ର, ଏକ ଆଠ ମାସର ଶିଶୁ ପୁତ୍ର ଏବଂ ସାତ ବର୍ଷ ଝିଅ ସହିତ ମିଶି ଘରେ ଶୋଇଥିଲେ। ପ୍ରାୟ ରାତି ଗୋଟାଏ ସମୟରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ଆସି ଘରର କବାଟ ଏଵଂ ମାଟି କାନ୍ଥ ଭାଙ୍ଗିଥିଲା। କାନ୍ଥ ଭାଙ୍ଗି ପଡ଼ିବା ଫଳରେ ଘରେ ଶୋଇଥିବା ସମସ୍ତ ସଦସ୍ୟଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ଖବରପାଇ ରାଇବଣିଆ ବନଅଧିକାରୀ ପ୍ରହ୍ଲାଦ ନାୟକ, ଦିଲ୍ଲୀପ ସିଂ ପହଞ୍ଚି ସଦସ୍ୟଙ୍କୁ ଉଦ୍ଧାର କରି ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ର ନାରାୟଣ ବେଷ୍ରାଙ୍କୁ ମୃତ ଘୋଷଣା କରିଥିଲେ ।

 

Dharitri – Odisha’s No.1 Odia Daily

Share