ସର୍ତ୍ତାବଳୀ ସହ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ସରକାର ଆମକୁ ଭୁଆଁ…

ଗୁଣପୁର, ୨୩ା୧(ସଂକେତ ପାତ୍ର ) : ଗତବର୍ଷ ଜାନୁଆରୀ ମାସ ୧୫ତାରିଖରେ ନିର୍ବାଚନ ପ୍ରଶାର ଓ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି ମଧୁବାବୁ ଭତ୍ତା ଟଙ୍କା ୧୦୦୦ ରୁ ୩୫୦୦ ଟଙ୍କାକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ନିର୍ବାଚନ ସରିବା ପରେ ଭାରତୀୟ ଜନତା ପାର୍ଟି ଓଡିଶାରେ ଜିତି ନୂତନ ସରକାର ଗଠନ କରିଥିଲେ, ହେଲେ ନୂତନ ସରକାର ଗଠନ ପରେ ନିଜେ ଦେଇଥିବା ପ୍ରତିଶୃତି ଭୁଲି ଯାଇଛନ୍ତି ବୋଲି ସଧାରଣରେ ପ୍ରଶ୍ନ ଉଠିଛି ।

ବିଭିନ୍ନ ଖବର କାଗଜ, ଚ୍ୟାନେଲରେ ପ୍ରଚାର, ପ୍ରକାଶ ଓ ଜନତାଙ୍କ ବାରମ୍ବାର ପ୍ରଶ୍ନ ପରେ ଏବେ ନିଜ ପ୍ରତିଶୃତି ରଖିବା ପାଇଁ କୁଣ୍ଠାବୋଧ କରି ନିଜ ତରଫରୁ ହୋଇଥିବା ପ୍ରତିଶୃତିକୁ କିଛି ସର୍ତ୍ତାବଳୀ ରଖି ଭତ୍ତା ଲାଗୁ କରିଛନ୍ତି । ଯାହା୧୫  ଜାନୁଆରୀ ୨୦୨୫ ରୁ ଦିଆଯିବ ବୋଲି ପ୍ରକାଶ କରିଥିଲେ । କିନ୍ତୁ ନିର୍ବାଚନ ସମୟରେ ଏଭଳି କିଛି ସର୍ତ୍ତାବଳୀ ନରଖି ସମସ୍ତ ବୃଦ୍ଧଙ୍କ ବାର୍ଦ୍ଧକ୍ୟ ଭତ୍ତା ୧୦୦୦  ରୁ ୩୦୦୦କୁ ବୃଦ୍ଧି କରାଯିବ କହି ବର୍ତ୍ତମାନ ୮୦ ବର୍ଷ ଏବଂ ତଦୁର୍ଦ୍ଧ ବ୍ୟକ୍ତିଙ୍କ ଭତ୍ତା ବୃଦ୍ଧି କରିବା ଅର୍ଥ ଜନତାଙ୍କୁ ଭୁଆଁ ବୁଲାଇବା କହିଲେ ଅତ୍ୟୁକ୍ତି ହେବ  ନାହିଁ ।

ବର୍ତ୍ତମାନ ସମୟରେ ଲୋକଙ୍କ ବୟସ ସୀମା ଅଧିକରୁ ଅଧିକତର  ୬୦ ରୁ ୭୦ ହିଁ ଥିବା ଦେଖିବାକୁ ମିଳିଛି ହେଲେ ସରକାରଙ୍କ ପେନଶନ ସର୍ତ୍ତାବଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଯଦି ମିଥ୍ୟା ପ୍ରତିଶୃତି ଦେଇ ଯଦି ନୂତନ ସରକାର ଗଠନ ହୁଏ ,ତେବେ ଭୋଟର ବ୍ୟାଙ୍କ ବୋଲାଉଥିବା ଜନତାଙ୍କ ଗହଣରେ ଭବିଷ୍ୟରେ ନୂତନ ସରକାର  ନିଜ ଇଜ୍ଜତ ସହ ଆସ୍ଥା ହରାଇବା କଥା କିଛି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚିତ ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily