ସର୍ତ୍ତାବଳୀ ସହ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ସରକାର ଆମକୁ ଭୁଆଁ…

ଗୁଣପୁର, ୨୩ା୧(ସଂକେତ ପାତ୍ର ) : ଗତବର୍ଷ ଜାନୁଆରୀ ମାସ ୧୫ତାରିଖରେ ନିର୍ବାଚନ ପ୍ରଶାର ଓ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି ମଧୁବାବୁ ଭତ୍ତା ଟଙ୍କା ୧୦୦୦ ରୁ ୩୫୦୦ ଟଙ୍କାକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ନିର୍ବାଚନ ସରିବା ପରେ ଭାରତୀୟ ଜନତା ପାର୍ଟି ଓଡିଶାରେ ଜିତି ନୂତନ ସରକାର ଗଠନ କରିଥିଲେ, ହେଲେ ନୂତନ ସରକାର ଗଠନ ପରେ ନିଜେ ଦେଇଥିବା ପ୍ରତିଶୃତି ଭୁଲି ଯାଇଛନ୍ତି ବୋଲି ସଧାରଣରେ ପ୍ରଶ୍ନ ଉଠିଛି ।

ବିଭିନ୍ନ ଖବର କାଗଜ, ଚ୍ୟାନେଲରେ ପ୍ରଚାର, ପ୍ରକାଶ ଓ ଜନତାଙ୍କ ବାରମ୍ବାର ପ୍ରଶ୍ନ ପରେ ଏବେ ନିଜ ପ୍ରତିଶୃତି ରଖିବା ପାଇଁ କୁଣ୍ଠାବୋଧ କରି ନିଜ ତରଫରୁ ହୋଇଥିବା ପ୍ରତିଶୃତିକୁ କିଛି ସର୍ତ୍ତାବଳୀ ରଖି ଭତ୍ତା ଲାଗୁ କରିଛନ୍ତି । ଯାହା୧୫  ଜାନୁଆରୀ ୨୦୨୫ ରୁ ଦିଆଯିବ ବୋଲି ପ୍ରକାଶ କରିଥିଲେ । କିନ୍ତୁ ନିର୍ବାଚନ ସମୟରେ ଏଭଳି କିଛି ସର୍ତ୍ତାବଳୀ ନରଖି ସମସ୍ତ ବୃଦ୍ଧଙ୍କ ବାର୍ଦ୍ଧକ୍ୟ ଭତ୍ତା ୧୦୦୦  ରୁ ୩୦୦୦କୁ ବୃଦ୍ଧି କରାଯିବ କହି ବର୍ତ୍ତମାନ ୮୦ ବର୍ଷ ଏବଂ ତଦୁର୍ଦ୍ଧ ବ୍ୟକ୍ତିଙ୍କ ଭତ୍ତା ବୃଦ୍ଧି କରିବା ଅର୍ଥ ଜନତାଙ୍କୁ ଭୁଆଁ ବୁଲାଇବା କହିଲେ ଅତ୍ୟୁକ୍ତି ହେବ  ନାହିଁ ।

ବର୍ତ୍ତମାନ ସମୟରେ ଲୋକଙ୍କ ବୟସ ସୀମା ଅଧିକରୁ ଅଧିକତର  ୬୦ ରୁ ୭୦ ହିଁ ଥିବା ଦେଖିବାକୁ ମିଳିଛି ହେଲେ ସରକାରଙ୍କ ପେନଶନ ସର୍ତ୍ତାବଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଯଦି ମିଥ୍ୟା ପ୍ରତିଶୃତି ଦେଇ ଯଦି ନୂତନ ସରକାର ଗଠନ ହୁଏ ,ତେବେ ଭୋଟର ବ୍ୟାଙ୍କ ବୋଲାଉଥିବା ଜନତାଙ୍କ ଗହଣରେ ଭବିଷ୍ୟରେ ନୂତନ ସରକାର  ନିଜ ଇଜ୍ଜତ ସହ ଆସ୍ଥା ହରାଇବା କଥା କିଛି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚିତ ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

ଗୁରୁତର ପୁଅ ଆମ୍ବୁଲାନ୍ସରେ, ବାପା ଥାନାରେ: ଭଞ୍ଜନଗର ମେଡିକାଲରେ ଡାକ୍ତରଙ୍କ ‘ଗୁଣ୍ଡାରାଜ’, ଦିବ୍ୟାଙ୍ଗ ମହିଳାଙ୍କୁ ବି…

ଭଞ୍ଜନଗର, ୧୩।୩ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ…

ବରଗଡ଼ରେ ପ୍ରଶାସନର ଅତର୍କିତ ଚଢ଼ାଉ: ୧୭ ତମାଖୁ ବ୍ୟବସାୟୀଙ୍କୁ ଜରିମାନା, ହୋଟେଲ ଓ ଔଷଧ ଦୋକାନୀଙ୍କୁ …

ବରଗଡ଼, ୧୩।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଶୁକ୍ରବାର ପ୍ରଶାସନିକ ସ୍କ୍ବାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ତମାଖୁ ନିୟନ୍ତ୍ରଣ…

ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା…

ହାଟକୁ ବାଇଗଣ ବିକିବାକୁ ଯାଉଥିଲେ, ବାଟରେ ଛକିଥିଲା ଯମ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା…

ବଲାଙ୍ଗୀର, ୧୩।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁଷୁରାଗୁଡ଼ଭେଲା ମୁଖ୍ୟ ରାସ୍ତାର ଡୁଙ୍ଗୁରିପାଲି ନିକଟରେ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri