ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନବୀନ କୃଷକର ‘କ’ ଅକ୍ଷର ବିଷୟରେ ବି ଜାଣି ନାହାନ୍ତି । ୨୪ ବର୍ଷରେ ଯିଏ ୧୦୦ ଟଙ୍କା ଦେଇ ପାରିଲେ ନାହିଁ । ସେମାନେ କୃଷକଙ୍କ ବିଷୟରେ କହିବା ଲୋକହସା କଥା। ଆମ ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ ୮୦୦ ଟଙ୍କା ଇନପୁଟ ସବସିଡି ଦେଲେ ବୋଲି ବାବୁ କହିଛନ୍ତି।
ଅନ୍ୟପକ୍ଷେ, ଚାଷୀଙ୍କୁ ନେଇ ନବୀନ ରାଜନୀତି ନକରନ୍ତୁ ବୋଲି ବାବୁ ସିଂ କହିଛନ୍ତି । ଚାଷୀଙ୍କ ପାଇଁ କେବଳ ମୋହନ ସରକାର କାନ୍ଦୁଛନ୍ତି ଆଉ କରୁଛନ୍ତି ବୋଲି ସେ କହିଛନ୍ତି ।
Dharitri – Odisha’s No.1 Odia Daily