Posted inଖେଳ

କୋହଲିଙ୍କୁ ନେଇ ଏମିତି କହିଦେଲେ ବାବର୍ ଆଜମ୍: ଚାରିଆଡ଼େ ହେଉଛି ଚର୍ଚ୍ଚା 

ଇସାଲାମବାଦ୍,୧୫/୧୦: ବାବର ଆଜମଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯିବା ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ଫଖର ଜମାନ ବାବରଙ୍କୁ ବିରାଟଙ୍କ ସହ ତୁଳନା କରିଥିଲେ, କିନ୍ତୁ ବର୍ତ୍ତମାନ ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ବାବର ନିଜେ ବିରାଟ କୋହଲିଙ୍କ ତୁଳନାରେ ଏକ ବଡ ବୟାନ ଦେଇଛନ୍ତି ।

ଏକ ଗଣମାଧ୍ୟମ ସାକ୍ଷାତକାରରେ ବାବର ଆଜମଙ୍କୁ ପଚରାଯାଇଥିଲା ଯେ, ତାଙ୍କୁ କାହିଁକି ସବୁବେଳେ ବିରାଟ କୋହଲିଙ୍କୁ ନେଇ ପ୍ରଶ୍ନ ପଚରାଯାଏ ଏବଂ କାହିଁକି ତାଙ୍କୁ ବିରାଟଙ୍କ ସହ ତୁଳନା କରାଯାଏ । ଏହାର ଜବାବରେ ବାବର ହସି ହସି ଉତ୍ତର ଦେଇଥିଲେ, ଆମ ଦୁହିଁଙ୍କୁ ତୁଳନା କରିବା ଲୋକଙ୍କ କାମ ହୋଇଗଲାଣି। ମୋ ମନରେ ବିରାଟ କୋହଲି ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି, ମୁଁ ମଧ୍ୟ ତାଙ୍କ ଠାରୁ ବହୁତ ପଛରେ ଅଛି ଏବଂ ବହୁତ କିଛି ହାସଲ କରିବାର ଅଛି । ମୁଁ ତାଙ୍କ ଭଳି ମୋ ଦଳ ପାଇଁ ମ୍ୟାଚ୍ ବିଜେତା ହେବାକୁ ଚେଷ୍ଟା କରିବି।

 

ଉଭୟ ବାବର ଆଜମ ଓ ବିରାଟ କୋହଲି ୨୦୨୪ରେ ରନ୍ ପାଇଁ ସଂଘର୍ଷ କରୁଛନ୍ତି। ଗୋଟିଏ ପଟେ ବାବର ଆଜମ ଶେଷ ୧୮ ଟେଷ୍ଟ ଇନିଂସରେ ୫୦ ରନ୍ ଛୁଇଁପାରିନାହାନ୍ତି। ୨୦୨୨ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଶତକ ଆସିଥିଲା। ଏହି ଖରାପ ସମୟ ମଧ୍ୟରେ ସେ ପାକିସ୍ତାନ ଦିନିକିଆ ଓ ଟି-୨୦ ଦଳର ଅଧିନାୟକପଦ ଛାଡିଛନ୍ତି।

 

ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ପାଇଁ ମଧ୍ୟ ୨୦୨୪ ବର୍ଷ ବିଶେଷ ଭଲ ନ ଥିଲା। ୨୦୨୩ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ରେ ତାଙ୍କର ଶେଷ ଶତକ ଆସିଥିଲା। ଏହାପରେ ବିରାଟ ୭ଟି ଟେଷ୍ଟ ଇନିଂସ ଖେଳିଛନ୍ତି, ଯେଉଁଥିରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ୨୦୨୪ରେ ବିରାଟ ଟେଷ୍ଟ ମ୍ୟାଚରେ ମାତ୍ର ୧୫୭ ରନ୍ କରିଛନ୍ତି। ଉଭୟ ବାବର ଏବଂ କୋହଲି ବର୍ତ୍ତମାନ ସେମାନଙ୍କ କ୍ୟାରିୟରର ଖରାପ ସମୟ ସହ ସଂଘର୍ଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?