Posted inଖେଳ

ବାବର ଆଜମ ୪ କୋଟି ଟଙ୍କାର ବଡ ଚୁକ୍ତି କଲେ ପ୍ରତ୍ୟାଖ୍ୟାନ…

ଇସଲାମାବାଦ,୨୭।୮ : ବାବର ଆଜମ ବର୍ତ୍ତମାନ ଏକଦିବସୀୟ କ୍ରିକେଟରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନର ଦଳ ମଧ୍ୟ ଏକ ନମ୍ବର ଏକଦିବସୀୟ ଦଳ ହୋଇପାରିଛି। ସମ୍ପ୍ରତି ବାବର ୪ କୋଟି ଟଙ୍କାର ବଡ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଛନ୍ତି। ଏମିରେଟ୍ସ କ୍ରିକେଟ ବୋର୍ଡ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଲିଗ ଟି -୨୦ (ଆଇଏଲଟି-୨୦) ର ଦ୍ୱିତୀୟ ସିଜନ ଜାନୁଆରୀ ୧୯ରୁ ଫେବୃଆରୀ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଲିଗର ଦ୍ୱିତୀୟ ସିଜନ ବିଷୟରେ କହିବାକୁ ଗଲେ ପାକିସ୍ତାନର ଯୁବ ଦ୍ରୁତ ବୋଲର ଶାହିନ ଆଫ୍ରିଦି ସବୁଠାରୁ ମହଙ୍ଗା ଖେଳାଳି। ତାଙ୍କୁ ପ୍ରାୟ ୩,୫୦ କୋଟି ଟଙ୍କା ମିଳିବ। ଏହି ଚୁକ୍ତି ଅନୁଯାୟୀ, ଯଦି କୌଣସି ଖେଳାଳି ଶାହିନଙ୍କଠାରୁ ଅଧିକ ଟଙ୍କା ପାଆନ୍ତି, ତେବେ ପାକିସ୍ତାନୀ ବୋଲରମାନଙ୍କୁ କ୍ଷତିପୂରଣ ହିସାବରେ ଅବଶିଷ୍ଟ ଅର୍ଥ ଦିଆଯିବ। ସେ ଆସନ୍ତା ୩ବର୍ଷ ପାଇଁ ଲିଗରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହେବେ।

ଶାହିନ ଆଫ୍ରିଦିଙ୍କ ସହିତ ଅଲରାଉଣ୍ଡର ଶାଦବ ଖାନ ଏବଂ ଆଜାମ ଖାନ ମଧ୍ୟ ଡେଜର୍ସ ଭାଇପର୍ସ ପାଇଁ ଖେଳିବେ। ୧୦ ଜାନୁଆରୀରୁ ବାଂଲାଦେଶ ପ୍ରିମିୟର ଲିଗ ମ୍ୟାଚ ଆରମ୍ଭ ହେଉଛି। ଏଥିରେ ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ସମେତ ଅନେକ ପାକିସ୍ତାନୀ ଖେଳାଳି ଖେଳିବେ। ନିକଟରେ ବାବର ଲଙ୍କା ପ୍ରିମିୟର ଲିଗରେ ହାଜର ହୋଇଥିଲେ ଏବଂ ଏକ ଶତକ ମଧ୍ୟ ସ୍କୋର କରିଥିଲେ। ତେବେ ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିପାରି ନ ଥିଲା।

ବର୍ତ୍ତମାନ ପାକିସ୍ତାନ ଦଳ ୩୦ ଅଗଷ୍ଟରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏସିଆ କପ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ପିସିବି ଟୁର୍ନାମେଣ୍ଟର ହୋଷ୍ଟିଂ ଅଧିକାର ପାଇଛି। ତେବେ ବିସିସିଆଇର ବିରୋଧ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟର ୪ ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ ଏବଂ ଫାଇନାଲ ସମେତ ୯ ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ। ଏସିଆ କପ ପାଇଁ ନେପାଳର ଦଳ ପାକିସ୍ତାନରେ ପହଞ୍ଚିଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଆଫଗାନିସ୍ତାନ ଦଳ ୨୮ ଅଗଷ୍ଟରେ ପାକିସ୍ତାନରେ ପହଞ୍ଚିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ୧ ସେପ୍ଟେମ୍ବରରେ ପାକିସ୍ତାନରେ ପହଞ୍ଚିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri