Posted inଖେଳ

ପାକିସ୍ତାନ ଟିମ୍‌ର ବାଲକୋନି ଫଟୋ ଭାଇରାଲ, ବାଲାଂଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏ କ’ଣ କଲେ ବାବର..?  

ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖରାପ ପ୍ରଦର୍ଶନକୁ ନେଇ ଆୟୋଜକ ଦଳ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଛି। ପୂର୍ବରୁ ଦଳ ନ୍ୟୁଜିଲାଣ୍ଡ ଏବଂ ଭାରତ ବିପକ୍ଷରେ ଖେଳି ସାରିଥିବା ବେଳେ ବାଂଲାଦେଶ ବିପକ୍ଷରେ ଏବେ ବି ଗୋଟିଏ ମ୍ୟାଚ୍‌ ଖେଳିବା ବାକି ଅଛି। ଏହା ୨୭ ଫେବୃଆରୀରେ ରାୱଲପିଣ୍ଡିରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍‌ରେ ବିଳମ୍ବ ହୋଇଥିଲା। ଏହି ସମୟରେ ପାକିସ୍ତାନୀ ଦଳର ବାଲକୋନିରୁ ଏକ ଫଟୋ ଭାଇରାଲ ହୋଇଛି। ଏଥିରେ ବାବର ଆଜମ, ହାରିସ ରଉଫ୍‌ ଏବଂ ଇମାମ ଉଲ୍‌ ହକ୍‌ଙ୍କୁ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହାକୁ ନେଇ ଖେଳାଳିଙ୍କୁ କଟାକ୍ଷ କରୁଥିବା ବେଳେ ଟ୍ରୋଲ କରୁଛନ୍ତି।
ବାଲାଂଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବର୍ଷା ଯୋଗୁ ଟସ୍‌ ଏବଂ ମ୍ୟାଚ୍‌ ବିଳମ୍ବିତ ହୋଇଥିଲା। ସେଥିପାଇଁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ, ବିସ୍ଫୋରକ ବୋଲର ହାରିସ ରଉଫ୍‌ ଏବଂ ଓପନର୍‌ ଇମାମ ଉଲ ହକ୍‌ ଦଳର ବାଲ୍‌କୋନିରେ ମ୍ୟାଚ୍‌ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଏହି ସମସ୍ତ ଖେଳାଳିଙ୍କୁ ହସି ହସି ଥଟ୍ଟା କରୁଥିବାର ଦେଖାଯାଇଥିଲା। ସେମାନେ ପାଗକୁ ଦେଖି କିଛି ପିଉଥିବା ଦେଖାଯାଇଥିଲା। ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ସତ୍ତ୍ୱେ, ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପ୍ରଶଂସକମାନେ ସେମାନଙ୍କୁ ଏପରି ହସୁଥିବାର ଦେଖିବା ସହ୍ୟ କରିପାରି ନ ଥିଲେ। ସେଥିପାଇଁ କିଛି ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଜଣେ ପ୍ରଶଂସକ ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି – ‘କିତନେ ଅଫସର୍ଦା ହେଁ ୟେ ଲୋଗ୍‌’, ଯାହାର ଅର୍ଥ ‘ଏହି ଲୋକମାନେ କେତେ ଦୁଃଖୀ’।

୨୯ ବର୍ଷ ପରେ ପାକିସ୍ତାନରେ ଏକ ICC ଟୁର୍ନାମେଣ୍ଟ ଖେଳାଯାଉଛି। ଏହାକୁ ଦେଇ ପ୍ରଶଂସକମାନେ ସେମାନଙ୍କ ଦଳ ଏବଂ ଷ୍ଟାର ଖେଳାଳିଙ୍କଠାରୁ ବହୁତ କିଛି ଆଶା ରଖିଥିଲେ। ବିଶେଷକରି ବାବର ଟିମ୍‌ ଇଣ୍ଡିଆ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିବେ ଏବଂ ମ୍ୟାଚ ଜିତାଇବେ ବୋଲି ସେମାନେ ଭାବୁଥିଲେ। କିନ୍ତୁ ତାହା ହୋଇନାହିଁ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ବହୁତ ସାଧାରଣ ଥିଲା।

ଏହାର ପରିଣାମ ସ୍ବରୂପ ପାକିସ୍ତାନୀ ଦଳ ଲଜ୍ଜାଜନକ ଭାବରେ ଟୁର୍ନାମେଣ୍ଟରୁ ବାଦ ପଡ଼ିଲା। ସେହି ସମୟରେ ପାକିସ୍ତାନୀ ଦଳ ବାଂଲାଦେଶ ବିପକ୍ଷରେ ଅତି କମରେ ବିଜୟ ସହିତ ନିଜର ସମ୍ମାନ ବଞ୍ଚାଇବାକୁ ଚାହୁଁଥିଲା। କିନ୍ତୁ ଏବେ କୌଣସି ମ୍ୟାଚ୍‌ ନ ଜିତି ଟୁର୍ନାମେଣ୍ଟରୁ ବାଦ ପଡ଼ିବାର ଆଶଙ୍କା ରହିଛି। କାରଣ ବର୍ଷା ଯୋଗୁ ୩ଟା ପର୍ଯ୍ୟନ୍ତ ଟସ ହୋଇପାରି ନାହିଁ। ପୂର୍ବରୁ ଏହି ସ୍ଥାନରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅନ୍ତିମ ମ୍ୟାଚ୍‌ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଧୋଇ ଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri