Posted inଖେଳ

ପାକିସ୍ତାନ ଟିମ୍‌ର ବାଲକୋନି ଫଟୋ ଭାଇରାଲ, ବାଲାଂଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏ କ’ଣ କଲେ ବାବର..?  

ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖରାପ ପ୍ରଦର୍ଶନକୁ ନେଇ ଆୟୋଜକ ଦଳ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଛି। ପୂର୍ବରୁ ଦଳ ନ୍ୟୁଜିଲାଣ୍ଡ ଏବଂ ଭାରତ ବିପକ୍ଷରେ ଖେଳି ସାରିଥିବା ବେଳେ ବାଂଲାଦେଶ ବିପକ୍ଷରେ ଏବେ ବି ଗୋଟିଏ ମ୍ୟାଚ୍‌ ଖେଳିବା ବାକି ଅଛି। ଏହା ୨୭ ଫେବୃଆରୀରେ ରାୱଲପିଣ୍ଡିରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍‌ରେ ବିଳମ୍ବ ହୋଇଥିଲା। ଏହି ସମୟରେ ପାକିସ୍ତାନୀ ଦଳର ବାଲକୋନିରୁ ଏକ ଫଟୋ ଭାଇରାଲ ହୋଇଛି। ଏଥିରେ ବାବର ଆଜମ, ହାରିସ ରଉଫ୍‌ ଏବଂ ଇମାମ ଉଲ୍‌ ହକ୍‌ଙ୍କୁ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହାକୁ ନେଇ ଖେଳାଳିଙ୍କୁ କଟାକ୍ଷ କରୁଥିବା ବେଳେ ଟ୍ରୋଲ କରୁଛନ୍ତି।
ବାଲାଂଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବର୍ଷା ଯୋଗୁ ଟସ୍‌ ଏବଂ ମ୍ୟାଚ୍‌ ବିଳମ୍ବିତ ହୋଇଥିଲା। ସେଥିପାଇଁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ, ବିସ୍ଫୋରକ ବୋଲର ହାରିସ ରଉଫ୍‌ ଏବଂ ଓପନର୍‌ ଇମାମ ଉଲ ହକ୍‌ ଦଳର ବାଲ୍‌କୋନିରେ ମ୍ୟାଚ୍‌ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଏହି ସମସ୍ତ ଖେଳାଳିଙ୍କୁ ହସି ହସି ଥଟ୍ଟା କରୁଥିବାର ଦେଖାଯାଇଥିଲା। ସେମାନେ ପାଗକୁ ଦେଖି କିଛି ପିଉଥିବା ଦେଖାଯାଇଥିଲା। ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ସତ୍ତ୍ୱେ, ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପ୍ରଶଂସକମାନେ ସେମାନଙ୍କୁ ଏପରି ହସୁଥିବାର ଦେଖିବା ସହ୍ୟ କରିପାରି ନ ଥିଲେ। ସେଥିପାଇଁ କିଛି ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଜଣେ ପ୍ରଶଂସକ ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି – ‘କିତନେ ଅଫସର୍ଦା ହେଁ ୟେ ଲୋଗ୍‌’, ଯାହାର ଅର୍ଥ ‘ଏହି ଲୋକମାନେ କେତେ ଦୁଃଖୀ’।

୨୯ ବର୍ଷ ପରେ ପାକିସ୍ତାନରେ ଏକ ICC ଟୁର୍ନାମେଣ୍ଟ ଖେଳାଯାଉଛି। ଏହାକୁ ଦେଇ ପ୍ରଶଂସକମାନେ ସେମାନଙ୍କ ଦଳ ଏବଂ ଷ୍ଟାର ଖେଳାଳିଙ୍କଠାରୁ ବହୁତ କିଛି ଆଶା ରଖିଥିଲେ। ବିଶେଷକରି ବାବର ଟିମ୍‌ ଇଣ୍ଡିଆ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିବେ ଏବଂ ମ୍ୟାଚ ଜିତାଇବେ ବୋଲି ସେମାନେ ଭାବୁଥିଲେ। କିନ୍ତୁ ତାହା ହୋଇନାହିଁ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ବହୁତ ସାଧାରଣ ଥିଲା।

ଏହାର ପରିଣାମ ସ୍ବରୂପ ପାକିସ୍ତାନୀ ଦଳ ଲଜ୍ଜାଜନକ ଭାବରେ ଟୁର୍ନାମେଣ୍ଟରୁ ବାଦ ପଡ଼ିଲା। ସେହି ସମୟରେ ପାକିସ୍ତାନୀ ଦଳ ବାଂଲାଦେଶ ବିପକ୍ଷରେ ଅତି କମରେ ବିଜୟ ସହିତ ନିଜର ସମ୍ମାନ ବଞ୍ଚାଇବାକୁ ଚାହୁଁଥିଲା। କିନ୍ତୁ ଏବେ କୌଣସି ମ୍ୟାଚ୍‌ ନ ଜିତି ଟୁର୍ନାମେଣ୍ଟରୁ ବାଦ ପଡ଼ିବାର ଆଶଙ୍କା ରହିଛି। କାରଣ ବର୍ଷା ଯୋଗୁ ୩ଟା ପର୍ଯ୍ୟନ୍ତ ଟସ ହୋଇପାରି ନାହିଁ। ପୂର୍ବରୁ ଏହି ସ୍ଥାନରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅନ୍ତିମ ମ୍ୟାଚ୍‌ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଧୋଇ ଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri