ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ ପାଇଁ ମଧ୍ୟ ଉଭା ହେଉଛି, ଯେଉଁଥିରେ କୁହାଯାଇଛି ଯେ ନୂତନ ବର୍ଷର ମାର୍ଚ୍ଚ ମାସରେ ବିନାଶ ଆରମ୍ଭ ହେବ ଏବଂ ଡିସେମ୍ୱର ପର୍ଯ୍ୟନ୍ତ ଚାଲିବ।
ବାବା ଭେଙ୍ଗାଙ୍କ ଅନୁସାରେ, ୨୦୨୬ ମାର୍ଚ୍ଚରେ ଏକ ବଡ଼ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ, ଯାହା ରୁଷ ଏବଂ ଚୀନ ଭଳି ପୂର୍ୱ ଦେଶଗୁଡ଼ିକୁ ଗ୍ରାସ କରିବ ଏବଂ ଆମେରିକା ଏବଂ ୟୁରୋପ ଭଳି ପଶ୍ଚିମ ଦେଶଗୁଡ଼ିକୁ ଧ୍ୱଂସ କରିବ। ଏହାକୁ ତୃତୀୟ ବିଶ୍ୱଯୁଦ୍ଧ ମଧ୍ୟ କୁହାଯାଇପାରେ। ଏହି ସଂଘର୍ଷ ସୀମିତ ସୀମା ବାହାରକୁ ବିସ୍ତାର କରିବ ଏବଂ ସମସ୍ତ ମହାଦେଶକୁ ପ୍ରଭାବିତ କରିବ।
ବାବା ଭେଙ୍ଗାଙ୍କ ଅନୁସାରେ, ଏପ୍ରିଲ ଏବଂ ଜୁନ ମାସରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିବ। ଉଦାହରଣ ସ୍ୱରୂପ, ଭୂମିକମ୍ପ, ଜ୍ୱାଳାମୁଖୀ ଉଦଗିରଣ ଏବଂ ଅତି ଖରାପ ପାଗ ପୃଥିବୀର ୭-୮% ଭୂମିକୁ ନଷ୍ଟ କରିପାରେ। ଏହା ଅନ୍ତର୍ଜାତୀୟ ଅର୍ଥନୀତିକୁ ଧ୍ୱଂସ କରିପାରେ ଏବଂ ଆର୍ଥିକ ମାନ୍ଦାବସ୍ଥା ଭଳି ସମସ୍ୟା ସୃଷ୍ଟି କରିପାରେ।
ସେହିପରି 2026 ବର୍ଷ ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ବିଜ୍ଞାନ ଜଗତରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ବର୍ଷ, ମାନବ ଜୀବନ ଉପରେ ମେସିନ ଏବଂ ଉନ୍ନତ ପ୍ରଯୁକ୍ତିର ପ୍ରଭାବ ପୂର୍ୱାପେକ୍ଷା ଅଧିକ ବୃଦ୍ଧି ପାଇବ।
ଏହି ସମୟରେ, ମହାକାଶ ସମ୍ୱନ୍ଧୀୟ ଭବିଷ୍ୟବାଣୀ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ନଭେମ୍ୱର-ଡିସେମ୍ୱର 2026 ରେ ଏକ ବଡ଼, ରହସ୍ୟମୟ ମହାକାଶ ବସ୍ତୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି, ଯାହାକୁ କିଛି ବିଶେଷଜ୍ଞ ବାହ୍ୟଜୀବ ସହିତ ପ୍ରଥମ ସିଧାସଳଖ ସମ୍ପର୍କ ସହିତ ଯୋଡୁଛନ୍ତି।


