କର୍ପୋରେଟ ମାମଲାରେ ସୁପ୍ରିମକୋର୍ଟ ଗଲେ ଅଜୀମ ପ୍ରେମଜୀ

ନୂଆଦିଲ୍ଲୀ,୨୮।୬: ଏକ କର୍ପୋରେଟ ଆପରାଧୀକ ଅଭିଯୋଗରେ ବାଙ୍ଗାଲୋର କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇଟି କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱ ଅଜୀମ ପ୍ରେମଜୀ ଏବଂ ତାଙ୍କ ସ୍ତ୍ରୀ ୟାସିନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟଙ୍କ ଦ୍ୱାରା ଜାରି ସମନ ରଦ୍ଦ କରାଯାଉ ବୋଲି ପ୍ରେମଜୀ ନିବେଦନରେ କହିଛନ୍ତି। ଅଜୀମ ପ୍ରେମଜୀଙ୍କ ଦ୍ୱାରା ଅଧିକୃତ ବିଦୟା, ରିଗଲ ଏବଂ ନେପିୟନ ଭଳି ୩ କମ୍ପାନୀର ହାସିମ ଇନଭେଷ୍ଟମେଣ୍ଟ ଟ୍ରେଡିଂ ନାମକ କମ୍ପାନୀ ସହ ବିଲୟକୁ ନେଇ ବାଙ୍ଗାଲୋର କୋର୍ଟରେ ଆପରାଧିକ ମାମଲା ଦାୟର ହୋଇଥିଲା। ଏହି ଆଧାରରେ କୋର୍ଟ ପ୍ରେମଜୀ ଏବଂ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ସମନ ଜାରି କରିଥିଲେ। ୧୯୭୪ରେ ୩ କମ୍ପାନୀକୁ ପୁନର୍ଗଠିତ କରିଥିବା ସେ ଆବେଦନରେ ଦର୍ଶାଇଛନ୍ତି। ୧୯୮୦ରେ ଏହାର ଶେୟାର ହୋଲ୍ଡିଂ ଲିଙ୍କ କରାଯାଇଥିଲା। ୩ରୁ କୌଣସି ୨ କମ୍ପାନୀ ତୃତୀୟଟିର ମାଲିକ ହେବ। ୨୦୧୫ରେ ରିଜର୍ଭ ବ୍ୟାଙ୍କ ଏହାକୁ ନୀତିଗତ ମଞ୍ଜୁରୀ ଦେଇଥିଲେ। ସେହିଭଳି କର୍ନାଟକ ହାଇକୋର୍ଟ ମଧ୍ୟ ଏହାକୁ ସବୁଜ ସଙ୍କେତ ଦେଇଥିଲେ। ଏ ସଂକ୍ରାନ୍ତ ସମ୍ପୂର୍ଣ୍ଣ ଖବର ଷ୍ଟକ ଏକ୍ସଚେଞ୍ଜ, ସେବି ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ରହିଛି। ଗୋଟିଏ କମ୍ପାନୀରେ ଏହି ୩ କମ୍ପାନୀର ବିଲୟ ବିରୋଧରେ ଚେନ୍ନାଇର ଏକ କମ୍ପାନୀ ନିମ୍ନ ଅଦାଲତରେ ମାମଲା ଦାୟର କରିଛି। ଏହା ପରେ ପ୍ରେମଜୀ ଏବଂ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ସମନ ଜାରି ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri