Posted inଜାତୀୟ

ଆଜମଙ୍କୁ ଘାରିଛି ଏନକାଉଣ୍ଟର ଭୟ, ପୋଲିସ ଗାଡ଼ିରେ ବସିବାକୁ ମନା କଲେ..

ରାମପୁର ,୨୨।୧୦ : ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ କୋର୍ଟ ସାତ ବର୍ଷ ଦଣ୍ଡାଦେଶ କରିବା ପରେ ଜେଲ ପଠାଯାଇଥିବା ଆଜାମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଇଛି। ଆଜମ ଖାନଙ୍କୁ ରବିବାର ସୀତାପୁର ଏବଂ ଅବଦୁଲ୍ଲା ଆଜମଙ୍କୁ ହର୍ଦୋଇ ଜେଲକୁ ପଠାଯାଇଛି। ରାମପୁର ଜେଲରୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଉଭୟଙ୍କର ମେଡିକାଲରେ ପରୀକ୍ଷା କରାଯାଇଥିଲା।

ଏହା ପରେ ସେମାନଙ୍କୁ କଡା ସୁରକ୍ଷା ସହ ଅଲଗା ଗାଡିରେ ସୀତାପୁର ଏବଂ ହର୍ଦୋଇ ଜେଲକୁ ନିଆଯାଇଥିଲା। ଉଭୟ ନେତାଙ୍କୁ ଅତିରିକ୍ତ ପୋଲିସ ଫୋର୍ସ ସହିତ ପଠାଯାଇଛି। ସୁରକ୍ଷା ମଧ୍ୟରେ ଉଭୟଙ୍କୁ ରାମପୁର ଜେଲରୁ ପ୍ରାୟ ପାଞ୍ଚଟା ବେଳେ ବାହାରକୁ ନିଆଯାଇଥିଲା। ଜେଲରୁ ବାହାରିବାବେଳେ ଆଜମ କହିଛନ୍ତି ତାଙ୍କୁ ଏନକାଉଣ୍ଟର କରାଯାଇପାରେ।

ଭୋରରେ ଜେଲରୁ ସ୍ଥାନାନ୍ତରଣ ହେବାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ପରିବାରକୁ ହଇରାଣ କରାଯାଉଛି। ଏନକାଉଣ୍ଟର ଭୟରେ ଆଜମ ପୋଲିସ ଗାଡିରେ ବସିବାକୁ ମନା କରିଦେଇଥିଲେ। ଏହି କାରଣରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ମଧ୍ୟ କିଛି ସମୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହା ପୂର୍ବରୁ ମଧ୍ୟ ଆଜମ ତାଙ୍କ ଜୀବନ ପ୍ରତି ବିପଦ ପ୍ରକାଶ କରିଥିଲେ।  ଶନିବାର ବଡ ପୁଅ ଆଦିବ ଆଜମ ରାମପୁର ଜେଲରେ ପହଞ୍ଚି ପିତା ଆଜମ ଖାନ, ମାତା ତାଜିନ ଫାତମା ଏବଂ ଭାଇ ଅବଦୁଲ୍ଲା ଆଜମଙ୍କୁ ଭେଟିଥିଲେ। ବର୍ତ୍ତମାନ ରାମପୁରର ମହିଳା ବ୍ୟାରେଜରେ ତାଜିନ ଫାତିମା ଏକୁଟିଆ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri