ମେ’ ୧୩ରେ ପ୍ରେକ୍ଷାଳୟକୁ ଆସିବ ଆୟୁଷ୍ମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ନିଜର ଆକ୍ଟିଭିଟିଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିସହିତ ସେ ଦେଶର ସମସାମୟିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ବି ଚର୍ଚ୍ଚାକୁ ଆସିଥାନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ଅନେକ’ର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି। ତାଙ୍କର ଏହି ଫିଲ୍ମ ମେ’ ୧୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଆୟୁଷ୍ମାନ ଫିଲ୍ମର ରିଲିଜ ତାରିଖ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଆୟୁଷ୍ମାନ ଏକ ପଥର ପଛରୁ କ୍ୟାମେରାକୁ ଦେଖୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ପୋଷ୍ଟର ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ଏଥିରେ ପରିବର୍ତ୍ତନ ଆଣିବା ପାଇଁ କେବଳ ଗୋଟିଏ ଦରକାର। ଏକଜୁଟ୍‌ ହେବାର ସମୟ ଆସିଛି। ’ସେ ଆହୁରି ଲେଖିଛନ୍ତି,’ କିଏ ଜିତିବ? ହିନ୍ଦୁସ୍ତାନ। ‘ଅନେକ’ ଫିଲ୍ମ ଚଳିତବର୍ଷ ମେ’ ୧୩ରେ ମୁକ୍ତିଲାଭ କରିବ।

ଅନୁଭା ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ ୩୧ରେ ରିଲିଜ ହେବାର ଥିଲା। କିନ୍ତୁ ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଫିଲ୍ମଟି ମେ’ ୧୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମରେ ଆୟୁଷ୍ମାନ ଜୋଶୁଆ ଭୂମିକାରେ ଅଭିନୟ କରୁଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ସର୍ବଦା ଅନୁଭବ କରିଛି ଯେ, ମୁଁ ଯେଉଁ ଫିଲ୍ମରେ କାମ କରିଛି, ତାହା କେବଳ ଲୋକଙ୍କୁ ମନୋରଞ୍ଜନ କରେ ନାହିଁ ବରଂ ଲୋକମାନଙ୍କୁ ଏକ ଅନନ୍ୟ ତଥା ମଜାଳିଆ ଢଙ୍ଗରେ ଚିନ୍ତା କରିବାକୁ ବାର୍ତ୍ତା ଦେଇଥାଏ। ମୁଁ ଜଣେ ଭାଗ୍ୟଶାଳୀ ଅଭିନେତା, ଯିଏକି ସୁନ୍ଦର ସ୍କ୍ରିପ୍ଟ ସହିତ ସର୍ବୋତ୍ତମ ଫିଲ୍ମ ନିର୍ମାତାମାନଙ୍କ ଦ୍ୱାରା ଗ୍ରହଣ ଏବଂ ବିଶ୍ୱାସ କରାଯାଇଥାଏ। ଯଦି ମୁଁ ବର୍ଷବର୍ଷ ଧରି ମୋ’ ଫିଲ୍ମ ସହିତ ଏଜେଣ୍ଡା ସ୍ଥିର କରିସାରିଛି, ତେବେ ମୋର ସୃଜନଶୀଳ ସହକର୍ମୀମାନଙ୍କ ସହିତ ତାହା ନିଶ୍ଚିତ ଶେୟାର କରିବି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri