ଉଚ୍ଚ ରକ୍ତଚାପର ଆୟୁର୍ବେଦୀୟ ଉପଚାର

ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀ ମନୁଷ୍ୟକୁ ଅନେକାଂଶରେ ରୋଗାକ୍ରାନ୍ତ କରିଛି। କେତେଗୁଡିଏ ରୋଗ ଏବଂ ସେଗୁଡିକର ପ୍ରମୁଖ ଲକ୍ଷଣ ସମୂହ ମନୁଷ୍ୟର ଜୀବନଶୈଳୀକୁ ଦୁର୍ବିଷହ କରିଦେଇଛି। ସେପରି ରୋଗଗୁଡିକ ମଧ୍ୟରୁ ଉଚ୍ଚ ରକ୍ତଚାପ (Hypertension) ଅନ୍ୟତମ। ଏହା ଏକ ସ୍ଥାୟୀ ଭେଷଜ ରୋଗ, ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ। ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ। ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଷ୍ଟ୍ରୋକ୍‌, ହୃଦ୍‌ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟି ଶକ୍ତିଜନିତ ରୋଗ ଏବଂ କ୍ରନିକ କିଡ୍‌ନୀ ରୋଗ ଅନ୍ୟତମ। ମନୁଷ୍ୟ ଶରୀରରେ ରକ୍ତଚାପ ୧୨୦/୮୦ ଏଏମ୍‌ଏଚ୍‌ଜିରୁ ଅଧିକ ହେଲେ ଏହାକୁ ଉଚ୍ଚ ରକ୍ତଚାପ ରୋଗ ବୋଲି କୁହାଯାଇଥାଏ।
କାରଣ : ମାନସିକ ଚାପ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଚ୍ଚ ରକ୍ତଚାପ ସୃଷ୍ଟି କରିବାରେ ଏହାର ମଧ୍ୟ ଭୂମିକା ରହିଛି। ମାନସିକ ଚାପ ସୃଷ୍ଟିକାରୀ ହରମୋନ ବୃଦ୍ଧି ହେଲେ ଏପରି ସମସ୍ୟା ଦେଖାଦେଇଥାଏ। ଅନେକେ କେତେକ କାରଣରୁ କ୍ରୋଧର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ରକ୍ତଚାପ ଅସନ୍ତୁଳିତ ହୋଇଥାଏ ଏବଂ ବିଶେଷଭାବରେ ଉଚ୍ଚ ରକ୍ତଚାପ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ମନରେ ବ୍ୟସ୍ତତା, ଭୟ ରହିଲେ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିଶାଦ୍ରବ୍ୟ ସେବନ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଏହାଦ୍ୱାରା ପ୍ରାୟ ସମସ୍ତ ବର୍ଗର ଲୋକ କବଳିତ ହେଉଛନ୍ତି। ଧୂମପାନ କରିବା, ତମାଖୁ ସେବନ କରିବା ଦ୍ୱାରା ଏଥିରେ ଥିବା ନିକୋଟିନ୍‌ ହୃଦୟର ଗତିକୁ ତୀବ୍ର କରାଇଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ଆକ୍ରୋଲିନ୍‌ ହରମୋନ୍‌ର କ୍ଷରଣ ବୃଦ୍ଧି ଘଟିଥାଏ। ଫଳସ୍ବରୂପ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। ନିୟମିତ ତୈଳାକ୍ତ ଖାଦ୍ୟ ଖାଇଲେ ରକ୍ତବାହିନୀରେ କୋଲେଷ୍ଟରଲର ମାତ୍ରା ବଢ଼ିଯାଇଥାଏ। ଏଗୁଡିକ ରକ୍ତବାହିନୀର ଭିତର ପାର୍ଶ୍ୱରେ ଜମା ହୋଇ ରହିବା ଦ୍ୱାରା ରକ୍ତ ସଂଚାଳନ ପର୍ଯ୍ୟାପ୍ତ ରୂପେ ହୋଇ ନ ଥାଏ। ଫଳରେ ଉଚ୍ଚ ରକ୍ତଚାପ ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ।
ଲକ୍ଷଣ : ଉଚ୍ଚ ରକ୍ତଚାପର କେତୋଟି ଲକ୍ଷଣ ରହିଛି। ଯଦି ମୁଣ୍ଡବ୍ୟଥା, ମନ ଭିତରେ ବ୍ୟସ୍ତତା ସୃଷ୍ଟି, ଛାଡି ଧଡ ଧଡ ହେଲା, ତେବେ ଏହାକୁ ଉଚ୍ଚ ରକ୍ତଚାପର ଲକ୍ଷଣ ଭାବରେ ନିଆଯାଇଥାଏ। ଏହାବ୍ୟତୀତ ଆଉ କେତୋଟି ପ୍ରମୁଖ ଲକ୍ଷଣ ପ୍ରତି ନଜର ଦେବା ନିହାତି ଦରକାର। ଯଦି ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି, କ୍ଳାନ୍ତି ଲାଗୁଛି, ନିଃଶ୍ୱାସ ନେବାରେ କଷ୍ଟ ହେଉଛି, ତେବେ ବିଳମ୍ବ ନ କରି ନିକଟସ୍ଥ ହସ୍‌ପିଟାଲରେ ବ୍ଲଡ ପ୍ରେସର ଚେକ୍‌ କରିନିଅନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଉପରୋକ୍ତ କାରଣ ଦ୍ୱାରା ହୃତ୍‌ପିଣ୍ଡକୁ ଆବଶ୍ୟକତାଠାରୁ ଅଧିକ ବେଗରେ କାମ କରିବାକୁ ପଡିଥାଏ, ଯାହା ଆଦୌ ସ୍ବାସ୍ଥ୍ୟୋପଯୋଗୀ ନୁହେଁ। ଉଚ୍ଚ ରକ୍ତଚାପକୁ ଦୁଇ ପ୍ରକାର ମପା ଯାଇଥାଏ। ଗୋଟିଏ ହେଲା ‘ସିଷ୍ଟୋଲିକ୍‌’ (ହୃତ୍‌ପିଣ୍ଡ ସଂକୋଚନ ବେଳର ସର୍ବୋଚ୍ଚ) ଏବଂ ଅନ୍ୟଟି ‘ଡାୟାଷ୍ଟୋଲିକ’ (ହୃତ୍‌ପିଣ୍ଡ ଶିଥିଳ ବେଳର ସର୍ବନିମ୍ନ)।
ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିଷ୍ଟୋଲିକ୍‌ ଚାପ ୧୦୦ ରୁ ୧୪୦ ମିମି ପାରଦ ଏବଂ ଡାଇଷ୍ଟୋଲିକ୍‌ ଚାପ ୬୦ରୁ ୯୦ ମିମି ପାରଦ ଭିତରେ ଥିଲେ ତାହାକୁ ସାଧାରଣ ରକ୍ତଚାପ କୁହାଯାଏ। ଯୁବକମାନଙ୍କର ରକ୍ତଚାପ ୧୪୦/୯୦ ମିମି ପାରଦ ବା ତାହା ଉପରେ ରହିଲେ ତାହାକୁ ଉଚ୍ଚ ରକ୍ତଚାପ ଆଖ୍ୟା ଦିଆଯାଏ। ପିଲାଙ୍କ କ୍ଷେତ୍ରରେ ଏହା ପରିବର୍ତ୍ତନ ହୋଇଥାଏ। ଔଷଧ ଏବଂ ଜୀବନଚର୍ଯ୍ୟାର ପରିବର୍ତ୍ତନ ଯୋଗୁଁ ରକ୍ତଚାପ ସନ୍ତୁଳିତ ରହିଥାଏ ଏବଂ ଏହାଦ୍ୱାରା ଆଶଙ୍କା କରାଯାଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା କମ୍‌ ରହିଥାଏ। ଜଣେ ରକ୍ତଚାପ ରୋଗୀ ଅଳ୍ପ ଲୁଣ ଖାଇବା ଉଚିତ। ତା’ ସହ ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ରକ୍ତଚାପକୁ ସନ୍ତୁଳିତ ରଖିବାକୁ ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ। ସବୁବେଳେ ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହେଉଥିବା ଖାଦ୍ୟ ଖାଆନ୍ତୁ ଏବଂ ସନ୍ତୁଳିତ ଜୀବନଚର୍ଯ୍ୟା ଆପଣାନ୍ତୁ।
ଆୟୁର୍ବେଦୀୟ ଚିକିତ୍ସା
ଉଚ୍ଚ ରକ୍ତଚାପର ସମ୍ମୁଖୀନ ହୋଇଥିଲେ ଆୟୁର୍ବେଦୀୟ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ନିମ୍ନଲିଖିତ ଆୟୁର୍ବେଦୀୟ ଔଷଧ ଖାଇପାରନ୍ତି।
ସର୍ପାଗନ୍ଧା : ଏହା ଓଡ଼ିଆରେ ‘ପାତାଳ ଗରୁଡ଼’ ଭାବରେ ପରିଚିତ। ଏହାର ମୂଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ।
ରସୁଣ : ରସୁଣ ରକ୍ତ ବାହିନୀରେ ସ୍ଥିତ କୋଲେଷ୍ଟରଲ ମାତ୍ରାକୁ ହ୍ରାସ କରିଥାଏ। ରସୁଣରେ ଏପରି ରାସାୟନିକ ତତ୍ତ୍ୱ ରହିଛି, ଯାହା ଉଚ୍ଚ ରକ୍ତଚାପକୁ ହ୍ରାସ କରିଥାଏ। ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ଦୁଇଟି ଲେଖାଏଁ ରସୁଣ (କୋଲା) ଖାଇବା ଉଚିତ।
ଜଟାମାଂସୀ : ଏହା ମାନସିକ ଉତ୍ତେଜନାକୁ ହ୍ରାସ କରିବା ସହ ମାନସିକ ଚାପ ସୃଷ୍ଟିକାରୀ ହରମୋନର କ୍ଷରଣକୁ ହ୍ରାସ କରେ।
ତ୍ରିଫଳା : ଏହା ରସାୟନ ହୋଇଥିବାରୁ ମନ ତଥା ଶରୀରକୁ ଶକ୍ତି ଯୋଗାଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟରଲ ମାତ୍ରା ହ୍ରାସ ହୋଇଥାଏ। ଫଳରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
ଅର୍ଜୁନ : ମାନସିକ ଚାପ ସୃଷ୍ଟିକାରୀ ହରମୋନର କ୍ଷରଣକୁ ହ୍ରାସ କରିବା ସହିତ ହୃଦ୍ୟ ହୋଇଥିବାରୁ ଏହା ହୃଦ୍‌ରୋଗ ପ୍ରତିଷେଧକ ଅଟେ। ଏହା ମଧ୍ୟ ଯକୃତର କାର୍ଯ୍ୟ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ।

ଡା. ଈପ୍‌ସିତା ମିଶ୍ର
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସୁବର୍ଣ୍ଣପୁର
ମୋ : ୯୩୪୮୪୧୨୩୮୭


Enter your email to get our daily news in your inbox.

All Right Reserved By Dharitri.Com

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri