ଉଚ୍ଚ ରକ୍ତଚାପର ଆୟୁର୍ବେଦୀୟ ଉପଚାର

ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀ ମନୁଷ୍ୟକୁ ଅନେକାଂଶରେ ରୋଗାକ୍ରାନ୍ତ କରିଛି। କେତେଗୁଡିଏ ରୋଗ ଏବଂ ସେଗୁଡିକର ପ୍ରମୁଖ ଲକ୍ଷଣ ସମୂହ ମନୁଷ୍ୟର ଜୀବନଶୈଳୀକୁ ଦୁର୍ବିଷହ କରିଦେଇଛି। ସେପରି ରୋଗଗୁଡିକ ମଧ୍ୟରୁ ଉଚ୍ଚ ରକ୍ତଚାପ (Hypertension) ଅନ୍ୟତମ। ଏହା ଏକ ସ୍ଥାୟୀ ଭେଷଜ ରୋଗ, ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ। ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ। ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଷ୍ଟ୍ରୋକ୍‌, ହୃଦ୍‌ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟି ଶକ୍ତିଜନିତ ରୋଗ ଏବଂ କ୍ରନିକ କିଡ୍‌ନୀ ରୋଗ ଅନ୍ୟତମ। ମନୁଷ୍ୟ ଶରୀରରେ ରକ୍ତଚାପ ୧୨୦/୮୦ ଏଏମ୍‌ଏଚ୍‌ଜିରୁ ଅଧିକ ହେଲେ ଏହାକୁ ଉଚ୍ଚ ରକ୍ତଚାପ ରୋଗ ବୋଲି କୁହାଯାଇଥାଏ।
କାରଣ : ମାନସିକ ଚାପ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଚ୍ଚ ରକ୍ତଚାପ ସୃଷ୍ଟି କରିବାରେ ଏହାର ମଧ୍ୟ ଭୂମିକା ରହିଛି। ମାନସିକ ଚାପ ସୃଷ୍ଟିକାରୀ ହରମୋନ ବୃଦ୍ଧି ହେଲେ ଏପରି ସମସ୍ୟା ଦେଖାଦେଇଥାଏ। ଅନେକେ କେତେକ କାରଣରୁ କ୍ରୋଧର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ରକ୍ତଚାପ ଅସନ୍ତୁଳିତ ହୋଇଥାଏ ଏବଂ ବିଶେଷଭାବରେ ଉଚ୍ଚ ରକ୍ତଚାପ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ମନରେ ବ୍ୟସ୍ତତା, ଭୟ ରହିଲେ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିଶାଦ୍ରବ୍ୟ ସେବନ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଏହାଦ୍ୱାରା ପ୍ରାୟ ସମସ୍ତ ବର୍ଗର ଲୋକ କବଳିତ ହେଉଛନ୍ତି। ଧୂମପାନ କରିବା, ତମାଖୁ ସେବନ କରିବା ଦ୍ୱାରା ଏଥିରେ ଥିବା ନିକୋଟିନ୍‌ ହୃଦୟର ଗତିକୁ ତୀବ୍ର କରାଇଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ଆକ୍ରୋଲିନ୍‌ ହରମୋନ୍‌ର କ୍ଷରଣ ବୃଦ୍ଧି ଘଟିଥାଏ। ଫଳସ୍ବରୂପ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। ନିୟମିତ ତୈଳାକ୍ତ ଖାଦ୍ୟ ଖାଇଲେ ରକ୍ତବାହିନୀରେ କୋଲେଷ୍ଟରଲର ମାତ୍ରା ବଢ଼ିଯାଇଥାଏ। ଏଗୁଡିକ ରକ୍ତବାହିନୀର ଭିତର ପାର୍ଶ୍ୱରେ ଜମା ହୋଇ ରହିବା ଦ୍ୱାରା ରକ୍ତ ସଂଚାଳନ ପର୍ଯ୍ୟାପ୍ତ ରୂପେ ହୋଇ ନ ଥାଏ। ଫଳରେ ଉଚ୍ଚ ରକ୍ତଚାପ ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ।
ଲକ୍ଷଣ : ଉଚ୍ଚ ରକ୍ତଚାପର କେତୋଟି ଲକ୍ଷଣ ରହିଛି। ଯଦି ମୁଣ୍ଡବ୍ୟଥା, ମନ ଭିତରେ ବ୍ୟସ୍ତତା ସୃଷ୍ଟି, ଛାଡି ଧଡ ଧଡ ହେଲା, ତେବେ ଏହାକୁ ଉଚ୍ଚ ରକ୍ତଚାପର ଲକ୍ଷଣ ଭାବରେ ନିଆଯାଇଥାଏ। ଏହାବ୍ୟତୀତ ଆଉ କେତୋଟି ପ୍ରମୁଖ ଲକ୍ଷଣ ପ୍ରତି ନଜର ଦେବା ନିହାତି ଦରକାର। ଯଦି ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି, କ୍ଳାନ୍ତି ଲାଗୁଛି, ନିଃଶ୍ୱାସ ନେବାରେ କଷ୍ଟ ହେଉଛି, ତେବେ ବିଳମ୍ବ ନ କରି ନିକଟସ୍ଥ ହସ୍‌ପିଟାଲରେ ବ୍ଲଡ ପ୍ରେସର ଚେକ୍‌ କରିନିଅନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଉପରୋକ୍ତ କାରଣ ଦ୍ୱାରା ହୃତ୍‌ପିଣ୍ଡକୁ ଆବଶ୍ୟକତାଠାରୁ ଅଧିକ ବେଗରେ କାମ କରିବାକୁ ପଡିଥାଏ, ଯାହା ଆଦୌ ସ୍ବାସ୍ଥ୍ୟୋପଯୋଗୀ ନୁହେଁ। ଉଚ୍ଚ ରକ୍ତଚାପକୁ ଦୁଇ ପ୍ରକାର ମପା ଯାଇଥାଏ। ଗୋଟିଏ ହେଲା ‘ସିଷ୍ଟୋଲିକ୍‌’ (ହୃତ୍‌ପିଣ୍ଡ ସଂକୋଚନ ବେଳର ସର୍ବୋଚ୍ଚ) ଏବଂ ଅନ୍ୟଟି ‘ଡାୟାଷ୍ଟୋଲିକ’ (ହୃତ୍‌ପିଣ୍ଡ ଶିଥିଳ ବେଳର ସର୍ବନିମ୍ନ)।
ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିଷ୍ଟୋଲିକ୍‌ ଚାପ ୧୦୦ ରୁ ୧୪୦ ମିମି ପାରଦ ଏବଂ ଡାଇଷ୍ଟୋଲିକ୍‌ ଚାପ ୬୦ରୁ ୯୦ ମିମି ପାରଦ ଭିତରେ ଥିଲେ ତାହାକୁ ସାଧାରଣ ରକ୍ତଚାପ କୁହାଯାଏ। ଯୁବକମାନଙ୍କର ରକ୍ତଚାପ ୧୪୦/୯୦ ମିମି ପାରଦ ବା ତାହା ଉପରେ ରହିଲେ ତାହାକୁ ଉଚ୍ଚ ରକ୍ତଚାପ ଆଖ୍ୟା ଦିଆଯାଏ। ପିଲାଙ୍କ କ୍ଷେତ୍ରରେ ଏହା ପରିବର୍ତ୍ତନ ହୋଇଥାଏ। ଔଷଧ ଏବଂ ଜୀବନଚର୍ଯ୍ୟାର ପରିବର୍ତ୍ତନ ଯୋଗୁଁ ରକ୍ତଚାପ ସନ୍ତୁଳିତ ରହିଥାଏ ଏବଂ ଏହାଦ୍ୱାରା ଆଶଙ୍କା କରାଯାଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା କମ୍‌ ରହିଥାଏ। ଜଣେ ରକ୍ତଚାପ ରୋଗୀ ଅଳ୍ପ ଲୁଣ ଖାଇବା ଉଚିତ। ତା’ ସହ ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ରକ୍ତଚାପକୁ ସନ୍ତୁଳିତ ରଖିବାକୁ ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ। ସବୁବେଳେ ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହେଉଥିବା ଖାଦ୍ୟ ଖାଆନ୍ତୁ ଏବଂ ସନ୍ତୁଳିତ ଜୀବନଚର୍ଯ୍ୟା ଆପଣାନ୍ତୁ।
ଆୟୁର୍ବେଦୀୟ ଚିକିତ୍ସା
ଉଚ୍ଚ ରକ୍ତଚାପର ସମ୍ମୁଖୀନ ହୋଇଥିଲେ ଆୟୁର୍ବେଦୀୟ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ନିମ୍ନଲିଖିତ ଆୟୁର୍ବେଦୀୟ ଔଷଧ ଖାଇପାରନ୍ତି।
ସର୍ପାଗନ୍ଧା : ଏହା ଓଡ଼ିଆରେ ‘ପାତାଳ ଗରୁଡ଼’ ଭାବରେ ପରିଚିତ। ଏହାର ମୂଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ।
ରସୁଣ : ରସୁଣ ରକ୍ତ ବାହିନୀରେ ସ୍ଥିତ କୋଲେଷ୍ଟରଲ ମାତ୍ରାକୁ ହ୍ରାସ କରିଥାଏ। ରସୁଣରେ ଏପରି ରାସାୟନିକ ତତ୍ତ୍ୱ ରହିଛି, ଯାହା ଉଚ୍ଚ ରକ୍ତଚାପକୁ ହ୍ରାସ କରିଥାଏ। ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ଦୁଇଟି ଲେଖାଏଁ ରସୁଣ (କୋଲା) ଖାଇବା ଉଚିତ।
ଜଟାମାଂସୀ : ଏହା ମାନସିକ ଉତ୍ତେଜନାକୁ ହ୍ରାସ କରିବା ସହ ମାନସିକ ଚାପ ସୃଷ୍ଟିକାରୀ ହରମୋନର କ୍ଷରଣକୁ ହ୍ରାସ କରେ।
ତ୍ରିଫଳା : ଏହା ରସାୟନ ହୋଇଥିବାରୁ ମନ ତଥା ଶରୀରକୁ ଶକ୍ତି ଯୋଗାଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟରଲ ମାତ୍ରା ହ୍ରାସ ହୋଇଥାଏ। ଫଳରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
ଅର୍ଜୁନ : ମାନସିକ ଚାପ ସୃଷ୍ଟିକାରୀ ହରମୋନର କ୍ଷରଣକୁ ହ୍ରାସ କରିବା ସହିତ ହୃଦ୍ୟ ହୋଇଥିବାରୁ ଏହା ହୃଦ୍‌ରୋଗ ପ୍ରତିଷେଧକ ଅଟେ। ଏହା ମଧ୍ୟ ଯକୃତର କାର୍ଯ୍ୟ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ।

ଡା. ଈପ୍‌ସିତା ମିଶ୍ର
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସୁବର୍ଣ୍ଣପୁର
ମୋ : ୯୩୪୮୪୧୨୩୮୭


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri