Posted inଜାତୀୟ

ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବେ ନାହିଁ ପ୍ରଭୁ ଶ୍ରୀରାମ: ତେଜପ୍ରତାପ ଯାଦବଙ୍କୁ ହେଲା ସ୍ବପ୍ନାଦେଶ

ପାଟନା,୧୪।୧: ରାଷ୍ଟ୍ରୀୟ ଜନତା ଦଳ ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ରାଜ୍ୟ ନୀତୀଶ କୁମାର ସରକାରଙ୍କ ମନ୍ତ୍ରୀ ତେଜ ପ୍ରତାପ ପୁଣି ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ପ୍ରଭୁ ରାମ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସୁନାହାଁନ୍ତି। ଚାରିଜଣ ଶଙ୍କରାଚାର୍ଯ୍ୟଙ୍କ ମୋତେ ବି ଏକ ସ୍ବପ୍ନ ହୋଇଛି ଯେ, ପ୍ରଭୁ ରାମ ଭାରତୀୟ ଜନତା ଦଳର ଏହି ରାଜନୈତିକ କାର୍ଯ୍ୟକ୍ରମକୁ ଆସୁନାହାଁନ୍ତି।
ତେଜ ପ୍ରତାପ ଯାଦବ କହିଛନ୍ତି, ଶ୍ରୀ ରାମ କେବଳ ୨୨ରେ ଆସିବେ, ଏହା ଜରୁରୀ ନୁହେଁ। ସେଦିନ ରାମ ଆସିବେ ନାହିଁ। ରାମ ଜୀ ମଧ୍ୟ ମୋ ସ୍ବପ୍ନରେ ଆସି କହିଛନ୍ତି, ଏସବୁ ଏକ ଭ୍ରମ ଏବଂ ସେଦିନ ମୁଁ ଆସିବି ନାହିଁ।
ତେଜ ପ୍ରତାପ ଯାଦବ ଭାଜପାକୁ ଟାର୍ଗେଟ୍‌ କରି କହିଛନ୍ତି, ଏହି ଲୋକମାନେ ଧର୍ମକୁ ଭାଗ କରୁଛନ୍ତି। ଭାରତ ମାତାର ଚାରି ପୁଅ ଅଛନ୍ତି – ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନ। ଆମେ ସମସ୍ତେ ଭାଇ। ବର୍ତ୍ତମାନ ଏହି ଲୋକମାନେ (ଭାଜପା) ଭାଇ-ଭାଇମାନଙ୍କ ମଧ୍ୟରେ ଝଗଡା କରୁଛନ୍ତି।
ପୂର୍ବରୁ ତେଜପ୍ରତାପ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମୁଲାୟମ ସିଂଙ୍କ ଠାରୁ ଭଗବାନ ଶ୍ରୀକୃଷ୍ଣଙ୍କ ତାଙ୍କ ସ୍ବପ୍ନରେ ଆସିଥିବା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri