ଆକ୍ସିସ୍‌ର ‘ନିଓ ଫର୍‌ ବିଜ୍‌ନେସ୍‌’

ଭୁବନେଶ୍ୱର,୨୨।୯:ଆକ୍ସିସ୍‌ ବ୍ୟାଙ୍କର ନୂତନ ବ୍ୟାଙ୍କିଙ୍ଗ୍‌ ପ୍ଲାଟଫର୍ମ ‘ନିଓ ଫର ବିଜନେସ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଙ୍କ ପାଇଁ ସ୍ବତନ୍ତ୍ର କାରବାର ଆରମ୍ଭ ହୋଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ଓ ମୁଖ୍ୟ-ଟ୍ରେଜେରି, ମାର୍କେଟସ୍‌ ଓ ହୋଲ୍‌ସେଲ୍‌ ବ୍ୟାଙ୍କିଙ୍ଗ ପ୍ରଡକ୍ଟସ୍‌ ନୀରଜ ଗମ୍ଭୀର କହିଛନ୍ତି, ଗ୍ରାହକମାନଙ୍କୁ ବ୍ୟାପକ ଡିଜିଟାଲ ସେବା ପ୍ରଦାନ କରିବା ଲାଗି ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନିରନ୍ତର ଭାବେ ଅଗ୍ରଣୀ ପ୍ରଯୁକ୍ତି ଓ ଡାଟା ଆନାଲିଟିକ୍ସ ଦକ୍ଷତାରେ ନିବେଶ କରାଯାଉଛି। ସହଯୋଗିତା, ବ୍ୟବସ୍ଥା ଏବଂ ମୂଲ୍ୟ ଶୃଙ୍ଖଳାକୁ ବ୍ୟବହାର କରି ଆମ ‘ମୁକ୍ତ’ଦର୍ଶନ ଅନୁସାରେ ବ୍ୟାଙ୍କିଙ୍ଗଠାରୁ ଆହୁରି ଅଧିକ ସମାଧାନ ପ୍ରଦାନ କରି ବ୍ୟବସାୟ କ୍ଷେତ୍ରର ଅଭିବୃଦ୍ଧିକୁ ବଢ଼ାଇବାକୁ ଚାହୁଛୁ। ଏମ୍‌ଏସ୍‌ଏମ୍‌ଇ ବ୍ୟାଙ୍କିଙ୍ଗ ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତନ ଘଟିଛି ଏବଂ ବ୍ୟାଙ୍କିଙ୍ଗ ଓ ବ୍ୟାଙ୍କିଙ୍ଗ ବାହାରେ ଏକ ବ୍ୟାପକ ସମାଧାନ ପ୍ରଦାନ କରିବାର ଆବଶ୍ୟକତା ଅନୁଭୂତ ହୋଇଛି। ସେହିଭଳି ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ (ହୋଲସେଲ୍‌ ବ୍ୟାଙ୍କିଙ୍ଗ୍‌) ବିବେକ ଗୁପ୍ତା କହିଛନ୍ତି, ଆକ୍ସିସ୍‌ ବ୍ୟାଙ୍କରେ ଆମେ ଗ୍ରାହକଙ୍କୁ ସବୁଥିରେ ସର୍ବଦା ଆଗରେ ରଖିଛୁ, ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ଏକ ମୋବାଇଲ୍‌ ପ୍ରଥମ କାରବାର ବ୍ୟାଙ୍କିଙ୍ଗ୍‌ ପ୍ଲାଟଫର୍ମ ସୃଷ୍ଟି କରିବାକୁ ନିଓ ଫର ବିଜନେସ୍‌ ଗଠନ କରାଯାଇଛି। ବ୍ୟାଙ୍କ ମାନର ନିରାପତା ସୁବିଧା ସୁଯୋଗ ସହିତ ଏଥିରେ ୟୁଆଇ/ୟୁଏକ୍ସ ରହିଛି। ନିଓ ଫର ବିଜନେସ୍‌ର ମୂଳରେ ବିୟଣ୍ଡ ବ୍ୟାଙ୍କିଙ୍ଗ୍‌ ସୁବିଧା ରହିଛି। ପାରମ୍ପରିକ ଇଟଂରନେଟ୍‌ ବ୍ୟାଙ୍କିଙ୍ଗ୍‌ ପ୍ଲାଟଫର୍ମଗୁଡ଼ିକ ସାଧାରଣ ଶିଳ୍ପ ସୁବିଧା ପ୍ରଦାନ କରୁଥିବା ବେଳେ ବିୟଣ୍ଡ ବ୍ୟାଙ୍କିଙ୍ଗରେ ଗ୍ରାହକମାନେ ପରବର୍ତୀ ସ୍ତରର ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?