ଆକ୍ସିସ୍‌ ବ୍ୟାଙ୍କ୍‌ର ‘ଉନ୍ନତ ରିୱାର୍ଡ ରିଡେମ୍ପଶନ୍‌’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୭।୨: ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ଏକ ଅଭିନବ ବ୍ୟବସାୟିକ ଯୋଜନା ‘ଉନ୍ନତ ରିୱାର୍ଡ ରିଡେମ୍ପଶନ୍‌’କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଭିନ୍ନ ଶିଳ୍ପ କ୍ଷେତ୍ରର ଏୟାରଲାଇନ୍ସ ଓ ହୋଟେଲ୍‌ ଲୟାଲ୍‌ଟି ପ୍ରୋଗ୍ରାମ ସହଯୋଗିତାରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆକ୍ସିସ୍‌ ବ୍ୟାଙ୍କ୍‌ ଡେବିଟ୍‌ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ଗ୍ରାହକମାନଙ୍କୁ ସେମାନେ ହାସଲ କରିଥିବା ଏଜ୍‌ ରିୱାର୍ଡ-ମାଇଲ୍‌କୁ ସିଙ୍ଗାପୁର ଏୟାରଲାଇନ୍ସ (କ୍ରିସ୍‌ଫ୍ଲାୟର), ମାରିଅଟ ଇଣ୍ଟରନ୍ୟାଶନାଲ୍‌ (ମାରିଅଟ ବନଭଏ), ଆଇଟିସି ହୋଟେଲ୍‌ (କ୍ଲବ୍‌ ଆଇଟିସି), ତର୍କିସ ଏୟାରଲାଇନ୍ସ (ମାଇଲ୍‌ସ ଆଣ୍ଡ୍‌ ସ୍ମାଇଲ୍‌ସ), କତାର ଏୟାରୱେଜ୍‌ (ପ୍ରିଭିଲେଜ୍‌ କ୍ଲବ୍‌), ୟୁନାଇଟେଡ୍‌ ଏୟାରଲାଇନ୍ସ (ମାଇଲେଜ୍‌ପ୍ଲସ) ଭଳି ୧୩ ସହଯୋଗୀଙ୍କୁ ନିରବଚ୍ଛିନ୍ନ ଭାବେ ସ୍ଥାନାନ୍ତର କରିପାରିବେ। ସେହିଭଳି ବ୍ୟାଙ୍କ୍‌ର ଏଭଳି ଏକ ସେବା ଗ୍ରାହକମାନଙ୍କୁ ଚୟନ କରିବା ଲାଗି ବ୍ୟାପକ ରିୱାର୍ଡର ବିକଳ୍ପ ସହ ନିଜ ଯାତାୟାତ ଯୋଜନାରେ ତାହାକୁ ସାମିଲ କରିବାର ଶକ୍ତି ପ୍ରଦାନ କରୁଛି। ବ୍ୟାଙ୍କିଙ୍ଗ ଶିଳ୍ପରେ ସର୍ବବୃହତ ରିୱାର୍ଡ ସ୍ଥାନାନ୍ତର ସେବା ସହ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିବାକୁ ବ୍ୟାଙ୍କ୍‌ ଲକ୍ଷ୍ୟ ରଖିଛି। ସେହିପରି ଆକ୍ସିସ୍‌ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡର ସମ୍ଭ୍ରାନ୍ତ ବର୍ଗର ଗ୍ରାହକମାନଙ୍କ ଲାଗି ଉକ୍ତ କାର୍ଯ୍ୟକ୍ରମ ବେଶ୍‌ ଉପଯୋଗୀ ହେବ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡସ ଆଣ୍ଡ୍‌ ପେମେଣ୍ଟସ ସଞ୍ଜୀବ ମୋଘେ କହିଛନ୍ତି, ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ମୂଲ୍ୟ ଉପସ୍ଥାପନାକୁ ସୁଦୃଢ଼ କରିବା ଏବଂ ସୁବିଧାରେ ପ୍ରିମିୟମ୍‌ ଲାଭ ପ୍ରଦାନ କରିବା ପାଇଁ ଆମେ ନିରନ୍ତର ଭାବେ ନବସୃଜନ ନେତୃତ୍ୱାଧୀନ ମଡେଲ୍‌ ଉପରେ କାର୍ଯ୍ୟ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri