ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୦: ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ ‘ସ୍ପର୍ଶ ସପ୍ତାହ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକଙ୍କ ପ୍ରତି ରହିଥିବା ଆଗ୍ରହର ପରିପ୍ରକାଶ କରିବା ଲାଗି ଉକ୍ତ ଅଭିଯାନର ଆୟୋଜନ କରାଯାଇଛି। ଏପରିକି ବ୍ୟାଙ୍କ ଓ ଗ୍ରାହକମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ମଜଭୁତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିଯାନ କର୍ମଚାରୀମାନଙ୍କ ଲାଗି ବିଭିନ୍ନ ଗ୍ରାହକ ସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସପ୍ତାହରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଶିକ୍ଷଣୀୟ ଓ ଗ୍ରାହକଙ୍କ ଉପରେ ଗୁରୁତ୍ୱାରୋପ କରୁଥିବା କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଯାହାଫଳରେ କର୍ମଚାରୀ ଓ ଗ୍ରାହକମାନଙ୍କ ପ୍ରଗତି, ନବସୃଜନ ଓ ରୂପାନ୍ତରଣ ଯାତ୍ରାରେ ବ୍ୟାଙ୍କ ଯୋଡ଼ିହୋଇ ରହିପାରିବ। ଉଲ୍ଲେଖଯୋଗ୍ୟ, ଶୁଣନ୍ତୁ, ପଦକ୍ଷେପ ନିଅନ୍ତୁ ଓ ଉତ୍ସବ ପାଳନ କରନ୍ତୁ ଭଳି ତିନିଟି ମୂଳ ତତ୍ତ୍ୱ ଉପରେ ଚଳିତ ବର୍ଷର ସ୍ପର୍ଶ ସପ୍ତାହ ପର୍ଯ୍ୟବସିତ ରହିବ। ଗ୍ରାହକଙ୍କ ଆବଶ୍ୟକତା ଓ ସମସ୍ୟାକୁ ଭଲ ଭାବେ ବୁଝିବା ଓ ଗ୍ରାହକଙ୍କ ମତାମତ ଓ ପ୍ରଶ୍ନ ଅନୁସାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଓ ଗ୍ରାହକଙ୍କ ସହିତ ଆକ୍ସିସ୍‌ ବ୍ୟାଙ୍କର ମୂଲ୍ୟବାନ ସମ୍ପର୍କକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବ୍ୟାଙ୍କିଙ୍ଗ ଅପରେସନ୍ସ ଆଣ୍ଡ୍‌ ଟ୍ରାନ୍ସଫର୍ମେଶନ) ସୁବ୍ରତ ମହାନ୍ତି କହିଛନ୍ତି, ଆମେ ସବୁ ଗ୍ରାହକଙ୍କ ଲାଗି ଦିଲ୍‌ ସେ ଓପନ୍‌ ଏବଂ ଉଚ୍ଚସ୍ତରର ଗ୍ରାହକ ସେବା ପାଇଁ ପ୍ରତିବଦ୍ଧ ରହିଛୁ। ଆମ ଗ୍ରାହକଙ୍କ କଥା ଓ ମତାମତକୁ ଶୁଣିବା, ପଦକ୍ଷେପ ନେବା ଓ ପାଳନ କରିବା ଲାଗି ଆମେ ଅଭିଳାଷ ରଖିଥିବାରୁ ସ୍ପର୍ଶ ସେହି ଭାବର ପରିପ୍ରକାଶ କରୁଛି। କେବଳ ଆମେ ଏକ ବ୍ୟାଙ୍କ ନୁହେଁ ବରଂ ଜଣେ ସହଯୋଗୀ ଏବଂ ସ୍ବପ୍ନ ଓ ଅଭିଳାଷ ପୂରଣ କରିବାର ସକ୍ଷମକାରୀ ଭାବେ ଆମ ମୂଲ୍ୟବୋଧକୁ ଏହି ଅଭିଯାନ ପ୍ରତିଫଳିତ କରୁଛି। ଦଶନ୍ଧି ଧରି ଆମ ଗ୍ରାହକମାନଙ୍କ ଆମ ଉପରେ ବିଶ୍ୱାସ ରହିଛି ଏବଂ ଆମେ ସେମାନଙ୍କୁ ଉଲ୍ଲାସପୂର୍ଣ୍ଣ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri