ଆକ୍ସିସ୍‌ ବ୍ୟାଙ୍କର ଇ-ବିଜି ସେବା

ନୂଆଦିଲ୍ଲୀ,୧୬।୬: ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ନିକଟରେ ଏକ ଅତ୍ୟାଧୁନିକ ଇ-ବ୍ୟାଙ୍କ ଗ୍ୟାରେଣ୍ଟି (ଇ-ବିଜି) ସେବାର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କିଙ୍ଗ୍‌ ଶିଳ୍ପର ପ୍ରଥମ ଇ-ବିଜି ସମାଧାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସ୍ବିଫ୍‌ଟ ଇଣ୍ଡିଆ ସହଯୋଗିତରେ ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆକ୍ସିସ୍‌ ବ୍ୟାଙ୍କ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କ ଗ୍ୟାରେଣ୍ଟିକୁ ପ୍ରଚଳନ କରାଇଛି। ସେହିଭଳି ଉକ୍ତ ସମାଧାନରେ ପ୍ରଥମ କର୍ପୋରେଟ୍‌ ଭାବେ ଗେଲ୍‌ ଲାଇଭ୍‌ ହୋଇଛି। ଇ-ବିଜି ସମାଧାନରେ ବିନା କାଗଜପତ୍ରରେ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ବ୍ୟାଙ୍କ ଗ୍ୟାରେଣ୍ଟ ସ୍ବୟଂକ୍ରିୟ ଜାରି ହେବା ସହ ବିଶ୍ୱସ୍ତରୀୟ ଆଇଏସ୍‌ଓ ମାନକ ଅନୁସାରେ ଉଭୟ ଇ-ଷ୍ଟାମ୍ପଡ୍‌ ଓ ପ୍ରତ୍ୟକ୍ଷ ଷ୍ଟାମ୍ପଡ୍‌ ଗ୍ୟାରେଣ୍ଟି ଭାବେ କାର୍ଯ୍ୟ କରିବ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ହୋଲ୍‌ସେଲ୍‌ ବ୍ୟାଙ୍କିଙ୍ଗ୍‌ ପ୍ରଡକ୍ଟ ବିବେକ ଗୁପ୍ତା କହିଛନ୍ତି, ଡିଜିଟାଇଜେଶନ ମୂଲ୍ୟ ଶୃଙ୍ଖଳାରେ ଦୃଢତ଼ାକୁ ଆଗକୁ ବଢ଼ାଏ ବୋଲି ଆମର ବିଶ୍ୱାସ ଥିବା ବେଳେ ଡିଜିଟାଲ ଅଭିଯାନର ନେତୃତ୍ୱ ନେବାରେ ଆକ୍ସିସ୍‌ ବ୍ୟାଙ୍କ ସର୍ବଦା ଆଗରେ ରହିଛି। ସ୍ବିଫ୍‌ଟ ଇଣ୍ଡିଆ ନେଟ୍‌ୱର୍କକୁ ବ୍ୟବହାରକରି ଗେଲ୍‌ ଇଣ୍ଡିଆ ପାଇଁ ଘରୋଇ ବ୍ୟାଙ୍କ ଗ୍ୟାରେଣ୍ଟିର ଇ-ଆଡଭାଇଜିଂ କରିବା ସହିତ ଆମେ ଟ୍ରାଞ୍ଜାକ୍ସନ କାରବାରର ଡିଜିଟାଲୀକରଣରେ ଆଗରେ ରହିଛୁ। ଗ୍ରାହକ ଅନୁଭୂତିର ସରଳୀକରଣ ଲାଗି ଆମେ ସର୍ବଦା ଉଦ୍ୟମ କରୁଛୁ ଏବଂ ଏହି ଡିଜିଟାଇଜେଶନ ଯାତ୍ରାରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହିତ କାମ କରିବା ଆମକୁ ଖୁସି ପ୍ରଦାନ କରିଥିଲା। ବ୍ୟାଙ୍କ ଗ୍ୟାରେଣ୍ଟିକୁ ନିରବଚ୍ଛିନ୍ନ ଭାବେ ଟ୍ରାକ୍‌ ଓ ଠାବ କରିବା, କାରବାର ସମୟ ଓ ଠକେଇ ଆଶଙ୍କା ହ୍ରାସ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ଏହା ସମାଧାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri