ଆକ୍ସିସ ବ୍ୟାଙ୍କ-ଫ୍ଲିପ୍‌କାର୍ଟର ସହଯୋଗିତା

ନୂଆଦିଲ୍ଲୀ,୨୩।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ଲାଗି ଏହି ସହଯୋଗିତା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏପରିକି ଫ୍ଲିପ୍‌କାର୍ଟ ସୁପର କଏନ୍‌ସ ରିୱାର୍ଡ ପ୍ରୋଗ୍ରାମକୁ ବ୍ୟାପକ କରିବା ଏବଂ ଗ୍ରାହକମାନଙ୍କୁ ଉନ୍ନତ ଶପିଂ ଅନୁଭୂତି ପ୍ରଦାନ କରିବା ଲାଗି ଏହି କାର୍ଡରେ ଶପିଂ କରୁଥିବା ଗ୍ରାହକମାନଙ୍କ ଲାଗି ବ୍ୟାପକ ସୁବିଧା ରହିଛି। ସେହିଭଳି ପୂର୍ବରୁ ପ୍ରଚଳନରେ ଥିବା ଫ୍ଲିପ୍‌କାର୍ଟ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ୩ ନିୟୁତ ମାଇଲଖୁଣ୍ଟ ହାସଲ କରିବା ପରେ ଗ୍ରାହକମାନଙ୍କୁ ଅଧିକ ରିୱାର୍ଡ ପ୍ରଦାନ କରିବାକୁ ଏହି ସହଯୋଗିତାର ଉଦ୍ୟମ କରାଯାଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡସ୍‌ ଆଣ୍ଡ ପେମେଣ୍ଟ୍‌ସ ସଂଜୀବ ମୋଘେ କହିଛନ୍ତି, ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସ୍ବତନ୍ତ୍ର ଭାବେ ଏହା ପ୍ରସ୍ତୁତ କରାଯାଇଛି। ଏପରିକି ଏକ ନୂଆ ଭାରିଆଣ୍ଟର କ୍ରେଡିଟ୍‌ କାର୍ଡ ଫ୍ଲିପ୍‌କାର୍ଟ ଆକ୍ସିସ୍‌ ବ୍ୟାଙ୍କ ସୁପର ଇଲାଇଟ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ଜରିଆରେ ଫ୍ଲିପ୍‌କାର୍ଟ ସହ ସହଯୋଗିତାକୁ ଆମେ ପରବର୍ତ୍ତୀ ସ୍ତରକୁ ନେଉଥିବାରୁ ଉଲ୍ଲସିତ ମନେକରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri