ନୂଆଦିଲ୍ଲୀ,୫।୬: IPL ୨୦୨୫ ଶେଷ ହେବା ପରେ ଭାରତୀୟ କ୍ରିକେଟର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଚର୍ଚ୍ଚାକୁ ଆସିଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ସେ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏହାକୁ ନେଇ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଏଥର ମଧ୍ୟ ଇଂଲଣ୍ଡ ଗସ୍ତ ପାଇଁ ଅକ୍ଷର ପଟେଲଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ, ଯେଉଁଥିଲାଗି ତାଙ୍କ ପ୍ରଶଂସକମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅକ୍ଷରଙ୍କୁ କହୁଥିବା ଶୁଣାଯାଇଛି ଯେ ‘କ୍ରିକେଟ ସହିତ ମୋର ଯାତ୍ରା ଏଠାରେ ପର୍ଯ୍ୟନ୍ତ ଥିଲା।’ ଯାହା ପରେ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତାର ଲହରୀ ଖେଳିଯାଇଥିଲା। କିନ୍ତୁ ଏବେ ଏହି ଖବରର ସତ୍ୟତା ସାମ୍ନାକୁ ଆସିଛ। ଏହି ଭିଡିଓଟି ନକଲି ପ୍ରମାଣିତ ହୋଇଛି। ପ୍ରକୃତରେ, ଏହି ଭିଡିଓଟି AI ସାହାଯ୍ୟରେ ତିଆରି କରାଯାଇଛି, ଯେଉଁଥିରେ ଅକ୍ଷରଙ୍କ ସ୍ବର ଏବଂ ଫଟୋ ବ୍ୟବହାର କରାଯାଇଥିଲା। ଅକ୍ଷର ଏପରି କୌଣସି ବୟାନ ଦେଇନାହାନ୍ତି ଏବଂ ସେ ଏବେ ବି କ୍ରିକେଟ ଖେଳିବେ।
ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅକ୍ଷରଙ୍କୁ ନିକଟରେ IPL ରେ ଖେଳୁଥିବାର ଦେଖାଯାଇଥିଲା। କିନ୍ତୁ ଏହି ସିଜନ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନିରାଶାଜନକ ଥିଲା। ତାଙ୍କ ଦଳ ପ୍ଲେଅଫରେ ପହଞ୍ଚି ପାରିଲା ନାହିଁ। ଅକ୍ଷର ଏହି ସିଜନରେ ୧୨ଟି ମ୍ୟାଚରେ ୨୬୩ ରନ କରିଥିଲେ ଏବଂ ୫ଟି ୱିକେଟ ମଧ୍ୟ ନେଇଥିଲେ।


