ପୁରୁଷୋତ୍ତମପୁର,୩/୧(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସିତାରାମପୁର ଆଗ୍ରାହରମ ପ୍ରାଥମିକ ବିଦ୍ଯାଳୟ ପରିସରରେ ଶନିବାର ପରିବେଶିକ ନ୍ଯାୟଜନିତ ସଚେତନତା କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା । ଆଇନସେବା କମିଟିର ଅଧ୍ଯକ୍ଷ ସିନିୟର ସିଭିଲଜଜ ତଥା ଆସିଷ୍ଟାଣ୍ଟ ସେସନଜଜ୍ ଶରତକୁମାର ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜେଏମଏଫସିର ବିଚାରପତି ଅନନ୍ଯାଅପର୍ମିତା, ଓକିଲସଂଘ ସଭାପତି କ୍ରୁଷ୍ଣଚନ୍ଦ୍ର ଗୌଡ, ସଂପାଦକ ରବିନ୍ଦ୍ର କୁମାର ସାହୁ, ଶିକ୍ଷକ ସନ୍ତୋଷକୁମାର ମିଶ୍ର, ଶିକ୍ଷୟତ୍ରୀ ସରିତା ବେହେରା, ଓକିଲ ରବିନ୍ଦ୍ରକୁମାର ବେହେରା, କ୍ରୁଷ୍ଣଚନ୍ଦ୍ର ସାହୁ, ସିମାଞ୍ଚଳ ମିଶ୍ର, ସଦାଶିବ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଚାରପତି ଦ୍ବୟ କିପରି ପରିବେଶର ସୁରକ୍ଷା ହୋଇପାରିବ, ପରିବେଶକୁ କଳୁଶିତ କରିବା ଆଇନଗତ ଅପରାଧ କହି ଗଛଲଗାଇବା ଆଦି ବିଭିନ୍ନ ପରାମର୍ଶମାନ ଦେଇଥିଲେ । ଏହାକୁ କୋର୍ଟର କର୍ମଚାରୀମାନେ ପରିଚାଳନା କରିଥିଲେ ।