ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ବଟେଶ୍ୱର ମନ୍ଦିର ପରିଚାଳନା କମିଟିକୁ ନେଇ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏସି ଏଫ ଦିବ୍ୟ ଶଙ୍କର ବେହେରା, ପୂର୍ବତନ ସରପଞ୍ଚ ତଥା ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ଦିଲୀପ ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ରଂଜିତ ପଲାଇ, ପବିତ୍ର ସ୍ୱାଇଁ, ପ୍ରମୁଖ ସୁରକ୍ଷା କୁ ନେଇ ଆଲୋଚନା କରିଥିଲେ ।
ଗଣ ଅଣ୍ଡାଦାନ ପ୍ରକ୍ରିୟା ସମୟରେ ବଟେଶ୍ୱର ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର ଉପକୂଳ ଯିବାରୁ ବଞ୍ଚିତ ହେଉଥିଲେ । ବର୍ତ୍ତମାନ କମିଟି ଏବଂ ଜଙ୍ଗଲ ପରିବେଶ ବିଭାଗର ମିଳିତ ଭାବେ ଆଲୋଚନା ପରେ ସେହି ସମୟରେ ସ୍ୱତନ୍ତ୍ର କିଛି ରାସ୍ତା କରାଯାଇ ଆବଶ୍ୟକ ସ୍ଥଳେ ପର୍ଯ୍ୟଟକକୁ ଛଡ଼ାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଆଗାମୀ ଦିନରେ ଏହି ପୀଠକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବାକୁ ମଧ୍ୟ୍ୟ ନିଷ୍ପତି ନିଆଯାଇଛି ।
ଗଣ ଅଣ୍ଡା ଦାନ ଠାରୁ କଇଁଛଙ୍କ ଛୁଆ ଫୁଟିବା ପର୍ଯ୍ୟନ୍ତ କମିଟି ପକ୍ଷରୁ କଇଁଛ ଙ୍କ ସୁରକ୍ଷା ପାଇଁ କିଛି ସ୍ବେଛାସେବୀ ଙ୍କୁ ଦିଆଯିବା ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ୬ ଖଣ୍ଡ ଗ୍ରାମର ଯଥା କଣ୍ଟିଆ ଗଡ଼, ଖଟୁଆ କୁଦା, ନୀଳାଦ୍ରୀ ପୁର, ମୟୁର ପଦା, ପୋଡେମୋ ପେଟା, ଗୋଖର କୁଦା ପ୍ରଭୃତି ଗ୍ରାମର ବୃନ୍ଦାବନ ପ୍ରଧାନ,ସାମ୍ବାଦିକ ଶବର ତରାଇ, ଶିବରାମ ପଲାଇ,ନିରାକାର ଜେନା, ଦୁର୍ଯ୍ୟୋଧନ ପ୍ରଧାନ, ଯୋଗି ଛଟେଇ, ପୀତବାସ ବେହେରା, ନରସିଂହ ରେଡି, କୃଷ୍ଣ ରେଡି, ତ୍ରିନାଥ ସାହୁ, ଲୋକନାଥ ତରାଇ, ସୀମା ବାରିକ, ସତ୍ୟ ସାହୁ,ଶିବରାମ ସ୍ୱାଇଁ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଜଙ୍ଗଲ ଓ ପରିବେଶ ପକ୍ଷରୁ ଡି ପ୍ରଶାନ୍ତ ରାଓ, ସୁଧାକର ପାଣିଗ୍ରାହୀ, ଫରେଷ୍ଟର ତପନ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।


