ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ଓସିପିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ଓଡ଼ିଶା କୋଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(ଓସିପିଏଲ୍‌) କୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଓସିପିଏଲ୍‌ ପ୍ରଥମଥର ପାଇଁ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌) ଏବଂ ମହାନାଦୀ କୋଲ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ଫର୍ଟ ନାଇଟ୍‌ ପ୍ରତିଯୋଗିତା-୨୦୨୨ରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲା। ଏପରିକି ଓସିପିଏଲ୍‌ର ମନୋହରପୁର କୋଇଲା ଖଣିଠାରେ ୨୦୨୨ ଡିସେମ୍ବର ୬ରୁ ୧୯ମଧ୍ୟରେ ବାର୍ଷିକ ଖଣି ସୁରକ୍ଷା ଫର୍ଟ ନାଇଟ୍‌ ପ୍ରତିଯୋଗିତା ପାଳନ କରାଯାଇଥିଲା,ଯେଉଁଥିରେ ଡିଜିଏମ୍‌ଏସ୍‌ର କାର୍ଯ୍ୟସୂଚୀ ଅନୁଯାୟୀ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପ କରାଯାଇଥିଲା। ସେହିଭଳି ଏକ ଉଚ୍ଚସ୍ତରୀୟ ସୁରକ୍ଷା ଦଳ ଓସିପିଏଲ୍‌ର ମନୋହରପୁର କୋଇଲା ଖଣି ଯାଞ୍ଚ ଏବଂ ମୂଲ୍ୟାଙ୍କନକରି ବାର୍ଷିକ ଖଣି ସୁରକ୍ଷା ପକ୍ଷ(ଫର୍ଟ ନାଇଟ୍‌) ପ୍ରତିଯୋଗିତା-୨୦୨୨ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରିଛନ୍ତି। ବିଶେଷକରି ଉକ୍ତ କାର୍ଯ୍ୟକ୍ରମରେ ଚୁକ୍ତିଭିତ୍ତିକ ବର୍ଗ ଅନ୍ତର୍ଗତ ମେଗା ଓପନ କାଷ୍ଟ ମାଇନ୍ସର ସାମଗ୍ରିକ ପ୍ରଦର୍ଶନରେ ଓସିପିଏଲ୍‌କୁ ବିଜେତା ଘୋଷଣା କରାଯାଇଛି। ଏଥିସହ ଗ୍ରୁପ୍‌ ଭୋକେଶନାଲ ଟ୍ରେନିଂ ସେଣ୍ଟର ପାଇଁ ଓସିପିଏଲ୍‌ର ମନୋହରପୁର କୋଇଲା ଖଣିକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ସର୍ବୋତ୍ତମ ଆଲୋକୀକରଣ ଏବଂ ବୈଦ୍ୟୁତିକ ସଂସ୍ଥାପନ କ୍ଷେତ୍ରରେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଚୁକ୍ତିଭିତ୍ତିକ ବର୍ଗରେ ଓସିପିଏଲ୍‌ର ମାଇନ୍‌ ଅପରେଟର ବିଜିଆର୍‌ ମାଇନିଂ କମ୍ପାନୀକୁ ଶ୍ରେଷ୍ଠ ସ୍ବଚ୍ଛତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି ବାର୍ଷିକ ଖଣି ସୁରକ୍ଷା ପକ୍ଷ ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ କୋଇଲା ଖଣି ଯଥା ଓସିପିଏଲ୍‌, ଏମ୍‌ସିଏଲ୍‌,ଏନ୍‌ଟିପିସି ଏବଂ ଏନ୍‌ଏଲ୍‌ସିଆଇଏଲ୍‌ ପ୍ରମୁଖ ଭାଗ ନେଇଥିଲେ। ମନୋହରପୁର କୋଇଲା ଖଣି କର୍ମଚାରୀମାନେ ୨୦୨୨ ନଭେମ୍ବର୧୧ରେ ଲଖନପୁରଠାରେ ଆୟୋଜିତ ବାଣିଜ୍ୟ ପରୀକ୍ଷଣରେ ଅଂଶ ଗ୍ରହଣକରି ବିଜେତା ଘୋଷିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri