ବିମାନ ଇନ୍ଧନ ମୂଲ୍ୟ ୫.୨% ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦରର ପ୍ରଭାବ ବର୍ତ୍ତମାନ ଭାରତ ବଜାରରେ ପଡ଼ିଛି। ଫଳରେ ବିମାନ ଇନ୍ଧନ ମୂଲ୍ୟ ପୁଣି ଥରେ ବଢ଼ିଛି। ବୁଧବାର ଏହାର ମୂଲ୍ୟ ୫.୨% ବୃଦ୍ଧି ଘଟି ୯୦,୫୧୯.୭୯ ଟଙ୍କାକୁ ଛୁଇଁଥିବା ସୂଚନା ମିଳିଛି। ଫଳରେ ଦେଶରେ ଜେଟ୍‌ ଫୁଏଲ ଦର ତା’ର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚତ୍ୟାଇଛି ବୋଲି କୁହାଯାଉଛି। ଏଥରକୁ ମିଶାଇ ୨ ମାସରେ ବିମାନ ଇନ୍ଧନ ମୂଲ୍ୟ ୪ ଥର ବଢ଼ିଥିବା ସୂଚନା ମିଳିଛି।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଙ୍କ ସୂଚନା ଅନୁସାରେ ଦିଲ୍ଲୀରେ ଆଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍‌) ମୂଲ୍ୟ କିଲୋଲିଟର ପିଛା ୪,୪୮୧.୬୩ ଟଙ୍କା ବୃଦ୍ଧି ଘଟି ୯୦,୫୧୯.୭୯ ଟଙ୍କାରେ ପହଞ୍ଚତ୍ଛି। ୨୦୦୮ ଅଗଷ୍ଟରେ ପ୍ରତି କିଲୋଲିଟର ଏଟିଏଫ୍‌ ମୂଲ୍ୟ ୭୧,୦୨୮. ୨୬ ଟଙ୍କା ରହିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା, ସେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୪୭ ଡଲାରରେ କାରବାର ହେଉଥିବା ସୂଚନା ମିଳିଛି। ଏବେ ଅଶୋଧିତ ତୈଳ ବ୍ୟାରେଲ ମୂଲ୍ୟ ୨୦୦୮ ତୁଳନାରେ ବହୁ କମ୍‌ ଥିଲେ ମଧ୍ୟ ଏଟିଏଫ୍‌ କିଲୋଲିଟର ପିଛା ୯୦, ୫୧୯.୭୯ ଟଙ୍କାକୁ ଛୁଇଁ ସର୍ବକାଳୀନ ଉଚ୍ଚ ସ୍ତରରେ କାରବାର କରୁଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ୧ରେ ଏହାର ମୂଲ୍ୟ ୨,୦୩୯.୬୩ (୨.୭୫%) ଟଙ୍କା ବୃଦ୍ଧି ପାଇ ୭୬,୦୬୨.୦୪ ଟଙ୍କାରେ ରହିଥିଲା। ସେହିଭଳି ଜାନୁୟାରୀ ୧୬ରେ ଏହାର ମୂଲ୍ୟ ୩,୨୩୨.୮୭ (୪.୨୫%) ଟଙ୍କା ବୃଦ୍ଧି ପାଇ ୭୯,୨୯୪.୯୧ ଟଙ୍କା ଥିଲା। ସେହିପରି ଫେବୃୟାରୀ ୧ରେ ମଧ୍ୟ ଏହାର ମୂଲ୍ୟ ୬୭୪୩.୨୫ (୮.୫%) ଟଙ୍କା ବଢ଼ି ୮୬.୦୩୮.୧୬ ଟଙ୍କାରେ ରହିଥିଲା। ଏହି ୨ ମାସ ମଧ୍ୟରେ ବିମାନ ଇନ୍ଧନ ମୋଟ ୧୬୪୯୭.୩୮ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି।
ଅପରପକ୍ଷେ ଗତ ୧୫ ସପ୍ତାହ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶେଷଥର ପାଇଁ ୨୦୨୧ ନଭେମ୍ବର ୪ରେ ତୈଳ କମ୍ପାନୀଗୁଡିକ ଏହାର ଦର ସଂଶୋଧନ କରିଥିଲେ। ତା’ପରଠାରୁ ଏପର୍ଯ୍ୟନ୍ତ ଦେଶରେ ତୈଳ ଦର ସ୍ଥିର ରହିଛି। ଫେବୃୟାରୀ ୧୬ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୩.୧୮ ଡଲାରରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri