ବିମାନ ଇନ୍ଧନ ମୂଲ୍ୟ ୫.୨% ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦରର ପ୍ରଭାବ ବର୍ତ୍ତମାନ ଭାରତ ବଜାରରେ ପଡ଼ିଛି। ଫଳରେ ବିମାନ ଇନ୍ଧନ ମୂଲ୍ୟ ପୁଣି ଥରେ ବଢ଼ିଛି। ବୁଧବାର ଏହାର ମୂଲ୍ୟ ୫.୨% ବୃଦ୍ଧି ଘଟି ୯୦,୫୧୯.୭୯ ଟଙ୍କାକୁ ଛୁଇଁଥିବା ସୂଚନା ମିଳିଛି। ଫଳରେ ଦେଶରେ ଜେଟ୍‌ ଫୁଏଲ ଦର ତା’ର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚତ୍ୟାଇଛି ବୋଲି କୁହାଯାଉଛି। ଏଥରକୁ ମିଶାଇ ୨ ମାସରେ ବିମାନ ଇନ୍ଧନ ମୂଲ୍ୟ ୪ ଥର ବଢ଼ିଥିବା ସୂଚନା ମିଳିଛି।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଙ୍କ ସୂଚନା ଅନୁସାରେ ଦିଲ୍ଲୀରେ ଆଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍‌) ମୂଲ୍ୟ କିଲୋଲିଟର ପିଛା ୪,୪୮୧.୬୩ ଟଙ୍କା ବୃଦ୍ଧି ଘଟି ୯୦,୫୧୯.୭୯ ଟଙ୍କାରେ ପହଞ୍ଚତ୍ଛି। ୨୦୦୮ ଅଗଷ୍ଟରେ ପ୍ରତି କିଲୋଲିଟର ଏଟିଏଫ୍‌ ମୂଲ୍ୟ ୭୧,୦୨୮. ୨୬ ଟଙ୍କା ରହିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା, ସେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୪୭ ଡଲାରରେ କାରବାର ହେଉଥିବା ସୂଚନା ମିଳିଛି। ଏବେ ଅଶୋଧିତ ତୈଳ ବ୍ୟାରେଲ ମୂଲ୍ୟ ୨୦୦୮ ତୁଳନାରେ ବହୁ କମ୍‌ ଥିଲେ ମଧ୍ୟ ଏଟିଏଫ୍‌ କିଲୋଲିଟର ପିଛା ୯୦, ୫୧୯.୭୯ ଟଙ୍କାକୁ ଛୁଇଁ ସର୍ବକାଳୀନ ଉଚ୍ଚ ସ୍ତରରେ କାରବାର କରୁଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ୧ରେ ଏହାର ମୂଲ୍ୟ ୨,୦୩୯.୬୩ (୨.୭୫%) ଟଙ୍କା ବୃଦ୍ଧି ପାଇ ୭୬,୦୬୨.୦୪ ଟଙ୍କାରେ ରହିଥିଲା। ସେହିଭଳି ଜାନୁୟାରୀ ୧୬ରେ ଏହାର ମୂଲ୍ୟ ୩,୨୩୨.୮୭ (୪.୨୫%) ଟଙ୍କା ବୃଦ୍ଧି ପାଇ ୭୯,୨୯୪.୯୧ ଟଙ୍କା ଥିଲା। ସେହିପରି ଫେବୃୟାରୀ ୧ରେ ମଧ୍ୟ ଏହାର ମୂଲ୍ୟ ୬୭୪୩.୨୫ (୮.୫%) ଟଙ୍କା ବଢ଼ି ୮୬.୦୩୮.୧୬ ଟଙ୍କାରେ ରହିଥିଲା। ଏହି ୨ ମାସ ମଧ୍ୟରେ ବିମାନ ଇନ୍ଧନ ମୋଟ ୧୬୪୯୭.୩୮ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି।
ଅପରପକ୍ଷେ ଗତ ୧୫ ସପ୍ତାହ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶେଷଥର ପାଇଁ ୨୦୨୧ ନଭେମ୍ବର ୪ରେ ତୈଳ କମ୍ପାନୀଗୁଡିକ ଏହାର ଦର ସଂଶୋଧନ କରିଥିଲେ। ତା’ପରଠାରୁ ଏପର୍ଯ୍ୟନ୍ତ ଦେଶରେ ତୈଳ ଦର ସ୍ଥିର ରହିଛି। ଫେବୃୟାରୀ ୧୬ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୩.୧୮ ଡଲାରରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri